ଭୁବନେଶ୍ୱର ଏମ୍ସରେ ୨୫୦ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ପଡିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ୨୫୦ ଡାକ୍ତର ଏବଂ ହସ୍ପିଟାଲ୍ କର୍ମଚାରୀ କୋଭିଡ୍ ପଡିଟିଭ୍ । ଏନେଇ ଆସନ୍ତାକାଲିଠୁ ବନ୍ଦ ରହିବା ଓପିଡି ସେବା । ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ଡାକ୍ତର ସଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଏଥିସହ ସେ ଆଗକୁ କିଛି ସର୍ଜରୀ ବିଭାଗକୁ ବନ୍ଦ କରିଦେବା ସହ ହସ୍ପିଟାଲ୍ରେ କୋଭିଡ୍ ନିୟମ କଡାକଡି ପାଳନ କରାଯିବା ନେଇ କହିଛନ୍ତି । ଜରୁରୀ ନଥିବା ରୋଗୀଙ୍କୁ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଛି । ଗୁରୁତରଙ୍କୁ ହସ୍ପିଟାଲ୍ ମୁଖ୍ୟ ଦ୍ୱାରରେ କୋଭିଡ୍ ଟିକାକରଣର ସାର୍ଟିଫିକେଟ୍ ଦେଖାଇ ପ୍ରବେଶ କରିବାକୁ କୁହାଯାଇଛି ।
ଡାକ୍ତର ମହାନ୍ତି କହିଛନ୍ତି, ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ କୋଭିଡ୍ ହେବା ପରେ ଆମେ ଓପିଟି ସେବାକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ବାଧ୍ୟ ହେଉଛୁ । ଏଥିସହ ଜରୁରୀ ସର୍ଜରୀ ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ତାଙ୍କର ଅପରେସନ୍ କରାଯିବ । ଏଥିସହ ସେ କହିଛନ୍ତି କୋଭିଡ୍ ପାଇଁ କେବେବି ରୋଗୀ ସେବା ଅବହେଳା ହେବ ନାହିଁ । ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରି ଜରୁରୀ ଥିଲେ ହସ୍ପିଟାଲ୍କୁ ଆସି ନିଜର ଚିକତ୍ସା କରେଇପାରିବେ।
