ବାଲେଶ୍ୱର : ପୋଲରୁ ଖସିପଡି ଯୁବକ ମୃତ
A dead body covered with a white cloth lying on a gurney in a hospital. A man comes alive, gets up. 4K
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ନିକଟରେ ଅଘଟଣ। ପୋଲରୁ ତଳକୁ ଖସିପଡି ଜଣେ ଅଜଣା ଯୁବକର ମୃତ୍ୟୁ। ତାଙ୍କର ପରିଚୟ ମିଳି ନଥିବା ବେଳେ ସେ ମୟୁରଭଞ୍ଜ ଅଂଚଳର ଏବଂ ବୟସ ପ୍ରାୟ ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଯୁବକଜଣକ ଗ୍ରାମ ନିକଟସ୍ଥ ଏକ ପୋଲ ଉପରେ ନିଶାଗ୍ରସ୍ତ ଅବସ୍ଥାରେ ବସିଥିଲା । ମାତ୍ର ଅସାବଧାନତା ବଶତଃ ତଳକୁ ଖସି ପଡି ତଳେ ଥିବା ପାଣିରେ ବୁଡିଯାଇଥିଲେ। ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି ।
