ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ, ବୁଡ଼ି ଯାଇ ପର୍ଯ୍ୟଟକ ମୃତ
ପୁରୀ : ପୁରୀ ସମୁଦ୍ରରେ ଅଘଟଣ । ସ୍ନାନ ବେଳେ ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ । ଚକ୍ରତୀର୍ଥ ଅଞ୍ଚଳ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡ଼ି ଯାଇଥିଲେ ଛତିଶଗଡ଼ ବିଳାସପୁର ଅଞ୍ଚଳର ପ୍ରାଞ୍ଜଳ ଶ୍ରୀବସ୍। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଯେ, ଗତ ନଭେମ୍ୱର ୧୭ ତାରିଖରେ ଗୋଆଲିୟର ବାଦେରା ଅଞ୍ଚଳର ପର୍ଯ୍ୟଟକ ରଘୁବେନ୍ଦ୍ର ଗୁରୁଦାରଙ୍କ ପୁରୀ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିଲା। ଗୁରୁଦାର ତାଙ୍କ ମାମୁଁଙ୍କ ସହ ବଳିଆପଣ୍ତା ଅଞ୍ଚଳରେ ଥିବା ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖରେ ଗାଧୋଉ ଥିଲେ। ଗଭୀର ସମୁଦ୍ର ଭିତରକୁ ପଶିଯିବାରୁ ତାଙ୍କର ପତ୍ତା ମିଳିନଥିଲା। ସେଠାରେ ଥିବା ଲାଇଫ୍ ଗାର୍ଡ଼ ମାନେ ସମୁଦ୍ର ଭିତରକୁ ଯାଇ ଗୁରୁଦାରଙ୍କୁ କୂଳକୁ ଆଣିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
