ଶିକାରୀ ଦଳ ଉପରେ ଅତର୍କିତ ଚଢାଉ, ଜଣେ ଧରାପଡ଼ିଲେ ଅନ୍ୟମାନେ ଖସିଗଲେ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ଶନି ବାର ବିଳମ୍ବିତ ରାତିରେ ଷ୍ଟାଫ୍ଂକ ସହିତ ନାଇଟ୍ ପେଟ୍ରୋଲିଂ କରୁଥିବାବେଳେ , ଶିକାରପାଇଁ ପ୍ରସ୍ତୁତ ହେଉଥିବା ଏକ ଶିକାରୀ ଦଳ ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ କିଛି ଶିକାରୀ କୌଶଳ କ୍ରମେ ଖସି ଯାଇଥିବା ବେଳେ ଜଣକୁ କାବୁ କରିଥିଲେ। କାବୁ ଶିକାରୀ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଣୀବିରୀ ଗ୍ରାମର ବିଶ୍ବନାଥ ମଳିକ ( ୭୦ବର୍ଷ) ବୋଲି ଜଣାପଡିଛି।ତାଙ୍କ ଠାରୁ ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ଚୋରା ବନ୍ଧୁକ ଜବତ୍ ସହ ଅଧିକ ତଦନ୍ତ ଜାରି ରହିଛି। ଏହି ଚଢାଉରେ ବନାଞ୍ଚଳ ଅଧିକାରୀ ଶ୍ରୀ ବର୍ଗୀଆଙ୍କ ସମେତ , ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ , ଦୀପ୍ତିରଂଜନ ନାୟକ , ବନରକ୍ଷୀ ରାଜ୍ କୁମାର ଶତପଥୀଙ୍କ ସମେତ ଅନ୍ୟ ବନକର୍ମଚାରୀ ମାନେ ମଧ୍ୟ ସାମିଲ୍ ଥିଲେ । ସୁଚନାଯୋଗ୍ୟଯେ, ଗତକାଲି ଏସଟିଏଫ୍ ବାଣୀଗୋଛାରୁ ଭାଗବତ ମାଝି ନାମକ ଜନୈକ ବ୍ଯକ୍ତିଂକୁ ଗିରଫ କରି ତାଠାରୁ ବାଘଛାଲ, ବଜ୍ରକାପ୍ତା ଛାଲି ପ୍ରଭ୍ରୁତି ଜବତ୍ କରିଥିଲେ।
