ବରପଦା ସ୍କୁଲରେ ମିସାଇଲ ମ୍ୟାନଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ
ଖଇରା : ବାଲେଶ୍ୱର ଜିଲା ଖଇରା ବାଉଁଶଗଡିଆ ପଞ୍ଚାୟତ ବରପଦା ଶାନ୍ତିଲତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳନ ଅବସରରେ ମିସାଇଲ ମ୍ୟାନ ଭାବେ ପରିଚିତ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଉପାଧି ପ୍ରାପ୍ତ ଡଃ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଏବଂ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ କାଲାମ ଆତ୍ମା ଫାଉଣ୍ଡେସନ ପ୍ରଚେଷ୍ଟାରେ ବିଦ୍ୟାଳୟ ପରିସରରେ ନିର୍ମୀତ ହୋଇଥିବା ଡଃ କଲାମଙ୍କ ପ୍ରତିମୂର୍ତ୍ତୀ କୁ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରିଥିଲେ । ପରେ ପ୍ରଧାନଶିକ୍ଷୟତ୍ରୀ ବାସନ୍ତୀ ଲତା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲାମ ଭଳି ନିଷ୍ଠା ତ୍ୟାଗ ଓ ଜାତିୟତା ଭାବନା ଓ ଚିନ୍ତାଧାରା ନେଇ ଆଗେଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଡ ହରେକୃଷ୍ଣ ମହତାବ ମହାବିଦ୍ୟାଳୟ ର ଅଧ୍ୟାପକ ଯୁଧିଷ୍ଠିର କୁଅଁର ମୁଖ୍ୟବକ୍ତା,ନାଏବ ସରପଞ୍ଚ ଗୋଲାପ ଜେନା,ପୂର୍ବତନ ସରପଞ୍ଚ ବିଷ୍ଣୁପଦ ଘଡେଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶଶିକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ । ପୁର୍ବତନ ପ୍ରଧାନଶିକ୍ଷକ ସମ୍ଭୁନାଥ ପଣ୍ଡା ଓ ରାଧାଶ୍ୟାମ ପଣ୍ଡାଙ୍କ ସମେତ ୧୨ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାଲାମ ଫାଉଣ୍ଡେସନର ସଭାପତି ଶାନ୍ତନୁ ପାଣିଗ୍ରାହୀ, ଉପଦେଷ୍ଟା ମାନସ ରଞ୍ଜନ ସ୍ୱାଇଁ,ଦୈତାରୀ ପଣ୍ଡାଙ୍କ ସମେତ ଫାଉଣ୍ଡେସନର ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
