ଖଇରା ବ୍ଲକ ୬ନଂ ଜୋନରେ ବିଜେଡିର ପଦଯାତ୍ରା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ୬ନଂ ଜୋନରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି କର୍ମୀଙ୍କର ଏକ ବିଶାଳ ଶୋଭାଯାତ୍ରା ସାନଜୟିପୁର ଛକରୁ ବାହାରୀ ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ବେଲକୁଲାରେ ପହଞ୍ଚିଥିଲା । ପରେ ସଭାପତି ବ୍ରଜ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ବିଜେଡି ଶାନ୍ତି ଏବଂ ବିକାଶରେ ବିଶ୍ୱାସ କରେ । ସିମୁଳିଆରେ ମଧ୍ୟ ୮ବର୍ଷ ଧରି ଜନସାଧାରଣ ଏହା ଉପଲବ୍ଧି କରିସାରିଛନ୍ତି । ଆଗାମୀ ଦିନରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ବିଜେଡିକୁ ସମର୍ଥନ ଜାରି ରଖିବା ଦରକାର ବୋଲି ଉଲ୍ଲେଖ କରିଥିଲେ । ବିଜେଡି ଯୁବ ନେତା ଗଣେଷ ପ୍ରସାଦ ମହାପାତ୍ର, ଜିଲା ପରିଷଦ ସଭ୍ୟ ମାନସ କୁମାର ଦାସ,ଡୁଙ୍ଗୁରା ସରପଞ୍ଚ ପ୍ରକାଶ କୁମାର ଲେଙ୍କା,ଗୋଳିହା ସମବାୟ ସମିତିର ପରିଚାଳନା ବୋର୍ଡ ସଭାପତି ରମେଶ ଚନ୍ଦ୍ର ଘଡେଇ,ପ୍ରାକ୍ତନ ସରପଞ୍ଚ ଦୈତାରୀ ସେଠୀ,ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ରାଧାକାନ୍ତ ପାତ୍ର,ପ୍ରାକ୍ତନ ସରପଞ୍ଚ ଦୈତାରୀ ସେଠୀ,ବିଜେଡି ମହିଳା ସଭାପତି ଜୟନ୍ତୀ ମହଲା,ସୁଷମା ମହାପାତ୍ର,ରଶ୍ମିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ବିରୋଧିଙ୍କୁ କଡା ସମାଲୋଚନା କରିଥିଲେ ।
