ରାଇରଙ୍ଗପୁର ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ମୋଟ ୧୮୩୦ ଜଣ ଙ୍କୁ ନିଯୁକ୍ତି ପାଇଁ ଚୟନ
ରାଇରଙ୍ଗପୁର : ମୟୁରଭଂଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ମିଳିତ ସହଯୋଗ ରେ ଆଜି ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ଙ୍କ ତତ୍ୱାବଧାନରେ ରାଇରଙ୍ଗପୁରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାକୁ ମୟୁରଭଂ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ନିଯୁକ୍ତି ପାଇଁ ଅପେକ୍ଷା ରେ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଏହି ମେଳାର ପୂର୍ଣ୍ଣ ସୁଯୋଗ ନେବା ପାଇଁ ଜିଲ୍ଲକ୍ଷପାଳ ପରାମର୍ଶ ଦେଇଥିଲେ । ଉକ୍ତ ନିଯୁକ୍ତି ମେଳାରେ ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ୫ମ ଶ୍ରେଣୀ ପାସ ଠାରୁ ଦଶମ +୨,+୩, ଆଇ.ଟି.ଆଇ, ଡିପ୍ଲୋମା ପାସ ଶିକ୍ଷାଗତ ଯୋଗ୍ୟତା ଥିବା ଓ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ବହୁ ବେକାର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ନିଯୁକ୍ତି ମେଳା ରେ ୩୦ ଜଣ ନିଯୁକ୍ତି ଦାତା ୮୫୩ ଜଣକୁ ପ୍ଲେସମେଣ୍ଟ ପାଇଁ ଚୟନ କରିଥିବା ବେଳେ ୮ ଟି ସରକାରୀ ଟ୍ରେନିଂ ପାର୍ଟନର ୩୯୭ ଜଣ ପ୍ରାର୍ଥୀ ଙ୍କୁ ତାଲିମ ଓ ତାଲିମ ପରବର୍ତୀ ନିଯୁକ୍ତି ପାଇଁ ଚୟନ କରିଛନ୍ତି । ସେହିପରି ୬ ଗୋଟି ସରକାରୀ ଅନୁଷ୍ଠାନ ୧୪୩ ଜଣଙ୍କୁ ଆତ୍ମ ନିଯୁକ୍ତି ତାଲିମ ଏବଂ ଅନ୍ୟାନ୍ୟ ବୃତି ଭିତିକ ପରାମର୍ଶ ପାଇଁ ଚୟନ କରି ଥିଲେ । ଉକ୍ତ ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪୪ ଗୋଟି ନିଯୁକ୍ତିଦାତା /ଅନୁଷ୍ଠାନ ଯୋଗ ଦେଇ ମୋଟ ୧୮୩୦ ଜଣ ଙ୍କୁ ନିଯୁକ୍ତି ପାଇଁ ଚୟନ କରିଛନ୍ତି ବୋଲି ଜିଲ୍ଲା ନିୟୋଜନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।
