ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୨୧
ମୟୂରଭଞ୍ଜ : ଓଡିଶ ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ଉଭୟ ବାଳକ ବାଳିକା ଦୌଡକୁଦ ପ୍ରତିଯୋଗିତା ଚଳିତ ଫେବୃୟାରୀ ମାସ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପରାଦ୍ୱୀପ ଏନ.ଏ.ସି. ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଜେନେରାଲ ମ୍ୟାନେଜର ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ସୁଧାରଞ୍ଜନ ମହାକୁଡ, ବାଳକ ଟିମ୍ ମ୍ୟାନେଜର ଖଡିଶୋଳ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପିଇଟି ସନ୍ତୋଷ ମହାନ୍ତ ଓ ବାଳିକା ଟିମ୍ ମ୍ୟାନେଜର କୁଆମାରା ସରକାରୀ ଉଚ୍ଚ ବିଦ୍ୟାଳୟ ପିଇଟି ମଧୁସ୍ମିତା ପାତ୍ରଙ୍କ ନେତୃତ୍ୱରେ ୨୧ ଜଣ ବାଳକ ବାଳିକା ଯୋଗ ଦେଇଛନ୍ତି । ସେମାନେ ହେଲେ ୧୪ ବର୍ଷରୁ କମ୍ ବାଳକ ବିଭାଗର ଲକ୍ଷ୍ମଣ ବେଶ୍ରା, ସୁଦାମ ଜଗନ୍ନାଥ ହେମ୍ବ୍ରମ, ଫାଗୁ ସୋରେନ୍, ଓମ୍ ଯୋଗେନ୍ ମାଝୀ, କୁନୁ ମହାକୁଡ ଓ ବାଳିକା ବିଭାଗରେ ବାହ୍ଲି ମୁର୍ମୁ, ପ୍ରିୟଙ୍କା ସିଂ, ସୁନିତା ପିଙ୍ଗୁଆ, ଦୁଲାରୀ ହାଁସଦା, ଲିଜାରାଣୀ ଗିରି ଏବଂ ସେହିପରି ୧୭ବର୍ଷରୁ କମ୍ ବାଳକ ବିଭାଗର ବିରସିଂ ମାଝୀ, ସୁରେନ୍ଦ୍ର ହେମ୍ବ୍ରମ, ରବୀନ୍ଦ୍ର କାଲୁନ୍ଦିଆ, ସୁନ୍ଦର ମୁର୍ମୁ, ପିଥ ବେଶ୍ରା, ସୁଶାନ୍ତ ମାଝୀ ଓ ବାଳିକା ବିଭାଗର କଲ୍ୟାଣୀ ଟୁଡୁ, ଲିଲିମଣି ସିଂ, ମୁନୀ ହେମ୍ବ୍ରମ୍, ରାଣୀ ସିଂ, ତୁଳସୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।
