କବି ତ ଚିରକାଳ ବଞ୍ଚି ରହେ କବିତା ଧାଡ଼ି ରେ କବି ଦିବ୍ୟସିଂହ ଦାସ ଅଧିକାରୀଙ୍କ ଶ୍ରଦ୍ଧାଞ୍ଜଳି ସଭା
??????
ତିହିଡ଼ି : ଶବ୍ଦ ହେଉଛି ବ୍ରହ୍ମ, ସେ ଅବିନାଶୀ । କବିତା ସେଇ ଅବିନାଶୀ ପଣର କୋମଳ ରାଗିଣୀ । କାଳେ କାଳେ କବିତା ମଉନ ମୂର୍ଚ୍ଛନା ରେ ଭଜୁଥାଏ ତା’ ର ପ୍ରିୟ ରୂପକାର କବିଙ୍କୁ, ଶବ୍ଦର କମନୀୟ ବିନ୍ଧାଣିଙ୍କୁ । ତେଣୁ ତ କବିଟିଏ ଚିରକାଳ ବଞ୍ଚି ଥାଏ ବୋଲି କବି ଦିବ୍ୟସିଂହ ଦାସ ଅଧିକାରୀଙ୍କ ସ୍ମୃତିପତ୍ର “ଦିବ୍ୟଯାତ୍ରାରେ ଦିବ୍ୟସିଂହ’ ଲୋକାର୍ପଣ ସଭାରେ ଯୋଗ ଦେଇ ଶ୍ରଦ୍ଧା ଅର୍ପଣ କରିଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ଶତାଧିକ ଦିବ୍ୟସିଂହ ପ୍ରେମୀ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବହୁ ମାନ୍ୟ ଗଣ୍ୟ ବିଦ୍ୱାନ ମାନଙ୍କ ମଧ୍ୟରେ କବି ଡ. ଅବନୀ ପ୍ରଧାନ, ପ୍ରଫେସର ଅମୂଲ୍ୟ ମଲ୍ଲିକ, କବି ହରମୋହନ କୁଅଁର, ପଣ୍ଡିତ ସଙ୍ଗ୍ରାମ ଆଚାର୍ଯ୍ୟ, ବାବୁଲାଲ ଦାସ, ଶ୍ରୀକାନ୍ତ ଜେନା, ଡ. ପ୍ରଭାତ ନଳିନୀ ମହାପାତ୍ର, ଗୀତାରାଣୀ ଆଇଚ, ରୁବିଲତା ଦାସ, ଦେବେନ୍ଦ୍ର ମହାଳିକ, ରାଜେଶ କୁମାର ସେଠୀ, ଅମର ପାଣିଗ୍ରାହୀ, ସମାଜସେବୀ ଶରତ ଦାସ, କବି ଶରତ ନାୟକ, ରତିକାନ୍ତ ବେହେରା, ଅନିଲ ନାୟକ, ଡା ଅନିଲ ଦାସ, କବି ଯାଯାବର, ମୁକୁନ୍ଦ ଦେବ ନାୟକ, କବି ଭରତ ଚନ୍ଦ୍ର ଦାଶ, ରବୀନ୍ଦ୍ର ଦାସ, ଚିନ୍ତା ମଣି ଦାସ, ମାନସ ପଣ୍ଡା, କୁମାର ଗଙ୍ଗାଧର , ବିଜୟ ଜେନା, ଋତୁରାଜ ଅକ୍ଷୟ, ଅଭିଜିତ ରାଉତ, ମୁକ୍ତିକାନ୍ତ ମଲ୍ଲିକ, ଜ୍ୟୋତି ପ୍ରକାଶ ମହାନ୍ତି, ରମେଶ ଦାସ, ନିର୍ମଳ ରାଉତ, ପଣ୍ଡିତ ଘନଶ୍ୟାମ ଲେଙ୍କା, ଅଂଶୁମାନ ସ୍ୱାଇଁ, ଦମୟନ୍ତୀ ନାଥ , ସୁଧାରଞ୍ଜନ ମହାନ୍ତି, ପ୍ରଫୁଲ୍ଲ ମଲ୍ଲିକ ତଥା କବିଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରମୁଖ ଯୋଗ ଦେଇ ଥିଲେ । ଡ ଅବନୀ ପ୍ରଧାନ, ଡ ଅଭୟ କୁମାର ଦାସ, ଗୀତାରାଣୀ ଆଇଚ, ଶିଳ୍ପୀ ଚୂଡ଼ାମଣି ଦାସ, ରୂପକ ବିହାରୀ ରାୟ ଓ ଅରୂପାନନ୍ଦ ନାୟକଙ୍କ ମିଳିତ ସମ୍ପାଦନାରେ ତଥା କବି ଦିବ୍ୟସିଂହ ଦାସ ଅଧିକାରୀ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ସ୍ମରଣିକା ଗ୍ରନ୍ଥ \”ଦିବ୍ୟଯାତ୍ରାରେ ଦିବ୍ୟସିଂହ’ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । କବିଙ୍କ ସୁପୁତ୍ର ଶବ୍ଦ ରଞ୍ଜନ ଦାସ ଅଧିକାରୀ ଅତିଥି ଅଭ୍ୟାଗତ ମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଥିଲେ ।
