ନାବାଳିକା ବଳତ୍କାର ମାମଲାରେ ଜଣେ ଗିରଫ
କନ୍ଧମାଳ : ଖଜୁରୀପଡ଼ା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ମାମଲାରେ ପୋଲିସ ପିଡ଼ୀତାଙ୍କ ବୟାନ ଏବଂ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଆଜି ପୋକ୍ସ ମାମଲାରେ କୋର୍ଟଚାଲାଣ କରାଯାଇଛି । ନାବାଳିକାଙ୍କ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ ନାବାଳିକା ଜଣକ ଘରେ ରହିଥିବା ବେଳେ ତାଙ୍କର ପରିବାର ଲୋକଙ୍କ ଘରେ ଅନୁପସ୍ଥିତର ସୁଯୋଗ ନେଇ ଅଭିଯୁକ୍ତ ପଙ୍କଜ ଦିଗାଲ ନାବାଳିକାଙ୍କୁ ମନ୍ଦ ଉଦେଶ୍ୟ ରଖି କିଛି ଟଙ୍କା ଯାଚିବା ସହ ଘର ଭିତରକୁ ନେଇ ଜବରଦସ୍ତି ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ପରେ ନିଜ ପରିବାର ଲୋକଙ୍କୁ ପ୍ରକାଶ କରିଥିଲେ । ଏନେଇ ପରିବାର ତରଫରୁ ଥାନାରେ ଅଭିଯୋଗ ପରେ ୨୧ । ୨୩ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୁଚନା ଦେଇଛନ୍ତି ।
