ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ନିଶୁଳ୍କ ଏକ ଦିବସୀୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ରାସଗୋବିନ୍ଦପୁରସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇଥିôଲା । ଏଥିରେ ପୋଷ୍ୟଗ୍ରାମ ମହାରାଜପୁର, ଶାଗୁଣାବସା ଓ ଆଖାପାଖ ଅଞ୍ଚଳରୁ ଶତାଧିକ ଲୋକ ମାଗଣାରେ ଚକ୍ଷୁ ପରୀକ୍ଷା କରାଇ ଚଷମା ଓ ଔଷଧ ବ୍ୟବହାର ନିମନ୍ତେ ପରାମର୍ଶ ଦେଇଥିଲେ । ଏଥି ମଧ୍ୟରୁ ୯ଜଣ ଲୋକଙ୍କର ଆଖିରେ ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର ନିମନ୍ତେ ସ୍ଥିରୀକୃତ କରାଯାଇଛି । ଏହି ଶିବିରକୁ ବାରିପଦା ବ୍ଲକ ଉନ୍ନୟନ ଅଧିକାରୀ ଅତୁଲ କୁମାର ନାୟକ ଏବଂ ବାରିପଦା ପୌରପରିଷଦ ଉପାଧ୍ୟକ୍ଷା ସୀମା ଦାସ ଉଦ୍ଘାଟନ କରିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପି.ଜି. କାଉନସିଲ ଚେୟାରମ୍ୟାନ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡକ୍ଟର ଶୁଭେନ୍ଦୁ ଦାସ, ବାରିପଦା ପୂର୍ବତନ ବିଧାୟକ ତଥା ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ସଭାପତି କିଶୋର ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ମଦନ ମୋହନ ସାହୁ, ଦେବୀଦତ୍ତ ରାଉତ, ଅଧ୍ୟାପିକା ସବିତାରାଣୀ ଦାଶ, ସାଗରୀକା ପଣ୍ଡା, ଅଭିପ୍ସା ନାୟକ, ତୃପ୍ତି ଦାସ, ଜ୍ୟୋତିମୟୀ ଗିରି, ସସ୍ମିତା ସି, ସଂଯୁକ୍ତା ମହାନ୍ତ, ଦିପ୍ତିରାଣୀ ବେହେରା ଏବଂଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଆୟୁଷ୍ମାନ ଭୂୟାଁ, କିରଣ ବିନ୍ଧାଣୀ, ଭବାନୀ ଶଙ୍କର ମହାନ୍ତ, ରିତେଶ ପ୍ରଧାନ, ହିଂମାଶୁ ବେହେରା, ଅଙ୍କିତା ସେନ, ଅରୁନ୍ଧତି ବେହେରା, ଅଙ୍କିତା ଦାସ ପ୍ରଭୃତି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ମୀରା ସେନାପତି ଓ ବିଜୟା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ।
Post Views: 32,723