ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ମାନସିକ ଭିନ୍ନକ୍ଷମ ଯୁବକ
ସୋର : ବାଲେଶ୍ୱର ଜିଲା ସୋର ଷ୍ଟେସନରେ ଅଘଟଣ । ଟ୍ରେନ୍ ଲାଇନ୍ ଉପରେ ଟଣା ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଜଣେ ମାନସିକ ଭିନକ୍ଷମ ଯୁବକ ।
ସୋର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଛିଡ଼ାହୋଇଥିବା ଏକ ମାଲବାହୀ ଟ୍ରେନ୍ ସିଡିରେ ଚଢି ମାନସିକ ଭିନ୍ନକ୍ଷମ ଯୁବକ ଉଚ୍ଚଶକ୍ତି ସମ୍ପନ୍ନ ତାର ଛୁଇଁଦେଇଥିଲେ । ଜୋରଦାର ଝଟକା ଲାଗି ଏନବୋକ୍ସ ଭିତରେ ପଡି ଗୁରୁତର ହୋଇ ପଡିଥିଲେ । ପୋଡିହୋଇ ଯୁବକ ଗୁରୁତର ହୋଇଥିଲେ । ଆରପିଏଫ ଓ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
