ବାଲେଶ୍ୱର : ୧୮ରୁ ୪୪ ବର୍ଗଙ୍କୁ ପ୍ରଥମ ଡୋଜ୍ ଟିକାକରଣ ପାଇଁ ଆଜି ସ୍ଲଟ ବୁକିଂ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ମହାମାରୀ କରୋନାକୁ ପ୍ରତିହତ ପାଇଁ ବ୍ୟାପକ ଟିକାକରଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ୧୮ ରୁ ୪୪ ବର୍ଷର ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକାକରଣ ପାଇଁ ସ୍ଲଟ ବୁକିଂ ଗୁରୁବାର ଅପରାହ୍ନ ୪ଟା ସମୟରେ ଆରମ୍ଭ ହେବ ।
୧୮ ରୁ ୪୪ ବର୍ଷ ର ହିତାଧିକାରୀ ଙ୍କ ୧ମ ଡୋଜ ଟୀକାକରଣ ଅଗଷ୍ଟ ୧୩ ଏବଂ ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।
— DM Balasore (@DBalasore) August 11, 2021
ଏହା ପାଇଁ ଅନଲାଇନ ରେ ଆସନ୍ତାକାଲି ଅଗଷ୍ଟ ତା ୧୨ ରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ।
ଦୟାକରି ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares pic.twitter.com/qM62QGn2yI
ଜିଲାର ୧୨ଟି ବ୍ଲକ ଏବଂ ସହରାଂଞ୍ଚଳର ୬୧ଟି ଟିକାକରଣ କେନ୍ଦ୍ରରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ହେବାକୁ ଥିବା ଟିକାକରଣ ପାଇଁ ଏହି ରେଜିଷ୍ଟ୍ରେସନ ପ୍ରଜୁଜ୍ୟ ହେବ । କୋବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍କଟ ବୁକିଂ କରିପାରିବେ ଦୁଇ ଦିନରେ ମୋଟ ୧୪୩୧୦ ଡୋଜ୍ ଟିକା ଦିଆଯିବ ।
