ଠେଙ୍ଗାରେ ପିଟି ପିଟି ଜଣଙ୍କୁ ହତ୍ୟା
- ଗ୍ରାମରେ ଉତ୍ତେଜନା ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ
ନୂଆପଡା : ନୂଆଁଖାଇରେ ଅଘଟଣ। ଠେଙ୍ଗାରେ ପିଟି ପିଟି ଜଣଙ୍କୁ ହତ୍ୟା । ଏପରି ଏକ ନୂଆପଡା ଜିଲା ଅଭାବନୀୟ ଘଟଣା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରୀସିକୁଆଁ ଗ୍ରାମରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସେହିପରି ଏହି ଘଟଣାରେ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଯେ, ସୁନାରୀସିକୁଆଁ ଗ୍ରାମର ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କର ତାଙ୍କ ପଡ଼ୋଶୀଙ୍କ ସହ କିଛି ଦିନ ତଳେ ବଚସା ହୋଇଥିଲା।ଏହି ବଚସା ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଏହି ଘଟଣାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥାଏପାରେ ବୋଲି ସୂଚନା ମିଳିଛି । ସେହିପରି ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଏକାଧିକ ଲୋକ ଅଭିମନ୍ୟୁଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ବାବଦରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନ, ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
