କେନ୍ଦୁଝରଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
କେନ୍ଦୁଝର : ସୋମବାର ଦିନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍.ପି. ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲ୍ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୧୪୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୫୧ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୧୪ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୧୩୩ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଡି.ଏଫ୍.ଓ. ଧନରାଜ ଏଚ୍.ଡି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଯଦୁମଣି ମହଲା, ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର (ଆପତକାଳୀନ) ସୁରଞ୍ଜିକା ବେହେରା ଏବଂ ଡେପୁଟି କଲେକ୍ଟର ସୁଚିସ୍ମିତା ଦାଶଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ୦୭ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା ।
