ବାରହା ମାଂସ ବିକ୍ରୀକରୁଥିବା ଅଭିଯୋଗରେ ୩ ଗିରଫ
ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମାନପୁର ଗ୍ରାମର ତିନିଜଣ ବ୍ୟକ୍ତିଙ୍କୁ ବାରହା ମାଂସ ବିକ୍ରୀକରୁଥିବା ଅଭିଯୋଗରେ ଘଟଗାଁ ବନବିଭାଗର ରେଞ୍ଜର ପ୍ରଭାତ କୁମାର କୁଅଁର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି କ୍ଷ ସୂଚନା ଅନୁଯାୟୀ, ମାନପୁର ଗ୍ରାମର ସୁଦନ ନାଏକ ( ୩୫), ସନ୍ତୋଷ କୁମାର ସାହୁ (୨୬) ଓ ନୀଳକଣ୍ଠ ପାତ୍ର ( ୪୦) ଆଜି ଏକ ଜଂଗଲୀ ବାରହା କୁ ମାରି ତାର ମାଂସ କୁ ବିକ୍ରୀ କରୁଥିଲେ କ୍ଷ ଖବରପାଇ ମାନପୁର ବିଟ ହାଉସ ର ଯୋଗେନ୍ଦ୍ର ନାଏକ ଘଟଣାସ୍ଥଳକୁ ଯାଇ ମାଂସକୁ ଜବତ୍ କରିବା ପରେ ଦେଓବନ୍ଧ ଫରେଷ୍ଟର ରାମଚନ୍ଦ୍ର ନାଏକଙ୍କୁ ଖବର ଦେଇଥିଲେ । ଖବରପାଇ ଘଟଗାଁ ବନବିଭାଗ ରେଞ୍ଜର ପ୍ରଭାତ କୁମାର କୁଅଁର ଘଟଣାସ୍ଥଳରେ ପହଂଚି ବାରହା ମାଂସ ସହିତ ବିକ୍ରୀକରୁଥିବା ତିନିଜଣ ଅଭିଯୁକ୍ତଙ୍କୁ ଘଟଗାଁ ବନବିଭାଗ କାର୍ଯ୍ୟାଳୟ କୁ ଆଣି ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
