ବୁର୍ଲା ଏମସିଏଲରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ସାମଗ୍ରୀ
ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ । ଏମ୍ସିଏଲ୍ର ଆନନ୍ଦ ବିହାର କ୍ଲବରେ ହଠାତ୍ ଲାଗିଲା ନିଆଁ । ନିଆଁର ମାତ୍ରା ଏତେ ଥିଲା ଯେ ଏନେଇ ସ୍ଥାନୀୟଲୋକ କିଛି ବୁଝିବା ପୂର୍ବରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀର ୨ଟି ଗାଡି ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବାର ଜଣାପଡିଛି ।
ସୂଚନା ଯେ, ବୁର୍ଲା ଏମ୍ସିଏଲ୍ର ଆନନ୍ଦ ବିହାର କ୍ଲବରେ ଶୁକ୍ରବାର ରାତି ପ୍ରାୟ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହାଫଳରେ ଆନନ୍ଦ ବିହାର କ୍ୟାମ୍ପସରେ ଥିବା ନିଶିଗନ୍ଧା ହଲ୍ ଜଳିଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ନିଆଁ ଲାଗିବା ନେଇ ବୁର୍ଲା ଅଗ୍ନିଶମ ଟିମ୍କୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସର୍ଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣାପଡିବ ।
