ଆସନ୍ତାକାଲି ୬ ଘଣ୍ଟିଆ ବଣାଇ ଉପଖଣ୍ଡ ବନ୍ଦ ଡ଼ାକରା
ରାଉରକେଲା : ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ଆସନ୍ତାକାଲି ୬ ଘଣ୍ଟିଆ ବଣାଇ ଉପଖଣ୍ଡ ବନ୍ଦ ଡ଼ାକରା ଦେଇଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ସୁନ୍ଦରଗଡ଼ ମୂଳ ଜିଲ୍ଲା ରହିଥିବା ବେଳେ ରାଉରକେଲାକୁ ଜିଲ୍ଲା ମାନ୍ୟତା ପାଇଁ ବିଭିନ୍ନ ସମୟରେ ଦାବି ଉପସ୍ଥାପନ ହୋଇଆସୁଛି । ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଏହି ଦାବିକୁ ନେଇ ଖୁବଶୀଘ୍ର ଧାରଣା ଦେବା ନିମନ୍ତେ ଘୋଷଣା କରିଛନ୍ତି । ସେପଟେ ବଣାଇ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ସରକାର କିଭଳି ଦୃଷ୍ଟିରେ ଆଗାମୀ ଦିନରେ ଦେଖିବେ ତାହାକୁ ବୁଦ୍ଧିଜିବୀ ମହଲରେ ଅପେକ୍ଷା କରାଯାଇଛି ।
