ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ‘ହାତ୍ ସେ ହାତ୍ ଯୋଡ଼’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ତିହିଡ଼ି : ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ହାତ୍ ସେ ହାତ୍ ଯୋଡ଼ କାର୍ଯକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ସ୍ଥାନୀୟ ମନ୍ଦୋଦରୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।
ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ଅଶୋକ କୁମାର ଦାସ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଯୁବନେତା ତଥା ପୂର୍ବତନ ପିସିସି ସମ୍ପାଦକ ସତ୍ୟାନନ୍ଦ ରାଉତ, କଂଗ୍ରେସ ନେତା ଗଣେଶ ଚନ୍ଦ୍ର ମଳିକ, ପ୍ରଭାରୀ ଅଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ରାହୁଳ ଗାନ୍ଧୀଙ୍କ ଆହ୍ୱନ କ୍ରମେ ତିହିଡ଼ି ବ୍ଲକରେ ହେବାକୁ ଥିବା ହାତ୍ ସେ ହାତ୍ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗାଁକୁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ôଚ କଂଗ୍ରେସର ବାର୍ତ୍ତା ପହଞ୍ଚାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ଭାବରେ ସୁଦୁଢ଼ ହୋଇ ପାରିବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଉଦ୍ଧବ ଚରଣ ନାୟକ, ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ସ୍ୱାଇଁ, ବସନ୍ତ ନାୟକ, ଜଗନ୍ନାଥ ମଳିକ, ମୀନକେତନ ସେନାପତି, ସୁରେନ୍ଦ୍ର ସାହୁ, ଦିବ୍ୟସିଂ ବିଶ୍ୱାଳ, ଅଭୟ କୁମାର ମଳିକ, ପ୍ରତାପ ସାହୁ, ବେଣୁଧର ଦାସ, ଶିବ ପ୍ରସାଦ ନାୟକ, ଲକ୍ଷ୍ମୀକାନ୍ତ ମହାନ୍ତି, ସୁରେଶ ମହାପାତ୍ର, ହରିହର ମଳିକ, ରବିନ୍ଦ୍ର ପଣ୍ଡା, ଶ୍ରଦ୍ଧାପ୍ରକାଶ ନାୟକ, କମଳାକାନ୍ତ ବେହେରା, ସୁଧାଂଶୁ ମାହୁନ୍ତ, ଗଗନ ବିହାରୀ ମହାନ୍ତି, ସେକ୍ ଅବଦୁଲା, ସୌମ୍ୟରଂଜନ ବାରିକ, ବାଇଧର ଘଡ଼େଇ, କରୁଣାକର ମହରଣା, ରାଧାକାନ୍ତ ନାୟକ, ସଂଜୟ ବାରିକ, ବିକ୍ରମ ଜେନା ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
