ସିମୁଳିଆ କୃଷକ ସଂଘର କର୍ମକର୍ତ୍ତା ଚୟନ
ସିମୁଳିଆ : ବାଲେଶ୍ୱର ଜିଲା କୃଷକ ସଂଘ ଦ୍ୱାରା ସିମୁଳିଆ ବ୍ଲକର ବିଭିନ୍ନ କର୍ମକର୍ତ୍ତାମାନଙ୍କ ଚୟନ କରାଯାଇଛି । ଏହି ଅବସରରେ ଜିଲା ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାମୁଝାଡ଼ିରେ ଅନୁଷ୍ଠିତ ଉତ୍ସବରେ କୃଷକ ସଂଘର ବ୍ଲକ ସଭାପତି ରୂପେ ରାଧାକାନ୍ତ ମିଶ୍ର, ଉପ-ସଭାପତି ପ୍ରଭାସଚନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ରାଜେନ୍ଦ୍ର ମହାପାତ୍ର, ସମ୍ପାଦକ ଭିମସେନ ନାୟକ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ବାରିକ, ସଭ୍ୟ ରୂପେ ଅଶୋକ କୁମାର ବାରିକ, ପୂର୍ଣ୍ଣଚନ୍ଦ୍ର ନାୟକ, ବରେନ୍ଦ୍ର ଦଳେଇ, ମହେନ୍ଦ୍ର ବେହେରା, ଭାଗବତ ବେହେରା ଓ ଉପଦେଷ୍ଟା ରୂପେ ମାୟାଧର ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି । ଏହି ତାଲିକାକୁ ଜିଲା କୃଷକ ସଂଘ କମିଟିକୁ ପ୍ରେରିତ କରାଯାଇଥିବାର ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।
