ଦୋଳସାହି କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ଭଦ୍ରକ ଇଲେଭେନ ଷ୍ଟାର ବିଜୟୀ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି କ୍ଲବ ପକ୍ଷରୁ କୌନ ବନେଗା ଦୋଳସାହି ଚମ୍ପିଆନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍ଘାଟିତ ହୋଇ ଯାଇଛି । ଦୋଳସାହି ରାମନାରାୟଣ ହଶଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୋଳସାହି ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ପାଳିଆବିନ୍ଧା ସେବା ସମବାୟ ସମିତି ସଭାପତି ମିନତୀଲତା ଦାସ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଗୌରୀଶଙ୍କର ଜେନା, ଅଚକ ସରପଞ୍ଚଙ୍କ ପ୍ରତିନିଧି ଗଣେଶ ପ୍ରସାଦ ବିଶ୍ୱାଳ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଜେନା ପୂର୍ବତନ ସମିତିସଭ୍ୟ ଦାଶରଥି ମହାପାତ୍ର, ସମାଜସେବୀ ଅର୍ଜୁନ ଚରଣ ଭଟ୍ଟରାୟ, ଶୁକଦେବ ପତି ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉଦ୍ଘାଟନୀ ମ୍ୟାଚରେ ଭଦ୍ରକ ଇଲେଭେନ ଷ୍ଟାର ଓ ମଉଦା ତ୍ରିଶକ୍ତି କ୍ରିକେଟ କ୍ଲବ ଅଂଶଗ୍ରହଣ କରିଥିଲେ । ପ୍ରଥମେ ତ୍ରିଶକ୍ତ ଟସ୍ ଜିତ୍ ଫିଲ୍ଡିଂ ନେଇଥିବା ବେଳେ ଇଲେଭେନ ଷ୍ଟାର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରୁ ୧୮ ଓଭର ଖେଳି ସମସ୍ତ ଉଇକେଟ ହରଇ ୨୦୪ ରନ୍ ସଂଗ୍ରହ କରିଥିଲା । ଜବାବରେ ତ୍ରିଶକ୍ତି ୧୪ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲା । ଭଦ୍ରକ ଇଲେଭେନ ଷ୍ଟାର ବିଜୟୀ ଘୋଷିତ ହୋଇଥିଲା । ଏହି ମ୍ୟାଚ୍କୁ ଅମ୍ପେୟାର ଭାବେ ବିଶ୍ୱରଂଜନ ନାଥ, ପବିତ୍ର ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ସତ୍ୟ ପ୍ରକାଶ ପତି ଧାରାବିବରଣୀ ପ୍ରଦାନ କରିଥିଲେ । ଯୁବ କ୍ରୀଡ଼ାପ୍ରେମୀ ଅନ୍ତର୍ଯ୍ୟାମୀ ଦୀକ୍ଷିତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ସମୀର ଜେନା, ରାଜେଶ ଜେନା, ତପନ ଜେନା, ସୁଶାନ୍ତ ଜେନା, ଟୁକୁନା ଜେନା, କାହ୍ନୁ ଚରଣ ଜେନା, ବାପିନା ଜେନା, ସାଇ ଜେନା, ଅଜୟ ଜେନା, ଦିବ୍ୟରଂଜନ ପାଣିଗ୍ରାହୀ ଓ କାଳିଆ କଣ୍ଡିଆ ପ୍ରମୁଖ ପରିଚାଳନା କରିଥିଲେ ।
