ତିହିଡ଼ି ଥାନା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ସମ୍ମୁଖରେ ବିଜେପି ତିହିଡ଼ି ମଣ୍ଡଳ ପକ୍ଷରୁ ବିଜେଡି ସରକାରଙ୍କ ୨୩ ବର୍ଷ ରାଜନୈତିକ ଅପରାଧୀକରଣ ପ୍ରତିବାଦରେ ସତ୍ୟାଗ୍ରହ କରାଯାଇଥିଲା । ଏହି ଅବସରରେ ଐଶାନ୍ୟ ଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲଶ । ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ସରପଞ୍ଚ ପ୍ରଦୀପ ବଳ, ସଂଜୀବ ବେହେରା, ନିହାରିକା ବିଶ୍ୱାଳ, ବିଜେପି ନେତା ରଘୁନାଥ ପାତ୍ର, ଦୁର୍ଗା ଚରଣ ନାୟକ, ଦେବେନ୍ଦ୍ର ପୁହାଣ, ସୀତାକାନ୍ତ ନାୟକ, ଉମାକାନ୍ତ ଦାସ, ତପନ ପାଢ଼ୀ, ରାଜକିଶୋର ନାୟକ, ପ୍ରତାପ ଜେନା, କାହ୍ନୁ ଚରଣ ଶତପଥି, ଦେବବ୍ରତ ପାଢ଼ୀ, ଉଷାକାନ୍ତ ନାୟକ, ସରୋଜ ନାୟକ, ଅଜୟ ମହାପାତ୍ର, ନାରାୟଣ ପୃଷ୍ଟି, ଗୋପୀନାଥ ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ନାୟକ, କରୁଣାକର ମଳିକ, ଝରଣା ଜେନା, କେଶବ ବେହେରା, ଭକ୍ତହରି ମଳିକ, ଭାଗିରଥି ବୈୟାରୀ, ସନ୍ତୋଷ ପାଣି, ପ୍ରଭାତ ବେହେରା, ଅଭିମନ୍ୟୁ ମହାନ୍ତି, ପ୍ରଭାତ ଜେନା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ କୁଶାସନ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ପୀରହାଟ ଲଙ୍କେଶ୍ୱରୀ ମଣ୍ଡଳ ପକ୍ଷରୁ ପୀରହାଟ ପୁରୁଣାବଜାର ସ୍ଥିତ ଗାନ୍ଧିମୂର୍ତ୍ତି ସମ୍ମୁଖରେ ସତ୍ୟାଗ୍ରହ କରାଯାଇଥିଲା । ଏଥିରେ ବିଜେପି ନେତା ସଂଗ୍ରାମ ମହାନ୍ତି, ମୁକ୍ତିକାନ୍ତ ନାୟକ, ପ୍ରକାଶ ମାଝୀ, ଅନାଦି ବାରିକ, ସନାତନ ମିଶ୍ର, ସୁବ୍ରତ ମହାନ୍ତି, ଦେବେନ୍ଦ୍ର ବେହେରା, ରାଜେନ୍ଦ୍ର ଦାସ, ପ୍ରଦୀପ ନାୟକ, କାହ୍ନୁ ଡାଙ୍ଗୁଆ, ହୃଷିକେଶ ବିଶ୍ୱାଳ, ପଦ୍ମନାଭ ଦାସ, ସୁଶାନ୍ତ ନାୟକ, ସରପଞ୍ଚ ଚକ୍ରଧର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
