ସମାଜସେବୀଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ଅଉପାଳ ଗ୍ରାମର ସମାଜସେବୀ ସୀତାକାନ୍ତ ପତି (୭୦)ଙ୍କର ରବିବାର ପରଲୋକ ହୋଇ ଯାଇଛି । ସେ ଗତ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିବା ବେଳେ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋ ହୋଇ ଯାଇଛି । ସେ ଜଣେ ଧର୍ମପରାୟଣ, ଶାନ୍ତ, ସରଳ, କର୍ତ୍ତବ୍ୟପରାୟଣ ଓ ବିଶିଷ୍ଟ ବ୍ୟବସାୟୀ ଭାବେ ପରିଚିତ ଥିଲେ । ଗୁଆମାଳ ପଞ୍ଚାୟତର ଶଶିଶୋଭା ସହଯୋଗ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଥିଲେ । ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ଚରମ୍ପା ସତ୍ୟସାୟୀ ସେବା ସଂଗଠନର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ବିଜେପିର ବରିଷ୍ଠ ନେତା ଦୀନବନ୍ଧୁ ପତିଙ୍କ ବଡ଼ଭାଇ ସ୍ୱର୍ଗତ ପତି ବିଜେପିର ଜଣେ ସକ୍ରିୟ ନେତା ଭାବେ କାର୍ଯ୍ୟ କରିଆସୁôଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ଆଇନଜୀବୀ ତୁଷାକାନ୍ତୀ ଜେନା, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ସୁଧାଂଶୁ ପାଣିଗ୍ରାହୀ, ମନୋଜ ତ୍ରିପାଠୀ, ସଂଗ୍ରାମ କେଶରୀ ଦାସ, ଭରତ ସାହୁ, ବୁଦ୍ଧଦେବ ଜେନା ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ମୃତ୍ୟୁ ଶଯ୍ୟା ନିକଟରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
