ସାନ୍ତାଳୀ ଡାକ୍ତର ସଙ୍ଘର ୨ଦିନିଆ ସମ୍ମିଳନୀ ମାତୃଭାଷା ଜନସଚେତନତା ସୃଷ୍ଟିରେ ମାଧ୍ୟମ ହେଉ – ସିଏଜି
ବାରିପଦା : ଓଡିଶା ସାନ୍ତାଳୀ ଡାକ୍ତର ସଙ୍ଘ ଆନୁକୂଲ୍ୟରେ ୨ ଦିନିଆ ସମ୍ମିଳନୀ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି I ଏହାର ଉଦଘାଟନୀ ସମାରୋହରେ ଭାରତର ମହା ଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି ) ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଓ ଜନସଚେତନତା ସୃଷ୍ଟି କରାଗଲେ ଏହା ଅଧିକ ଫଳପ୍ରଦ ହେବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ବିକାଶଶୀଳ ଦେଶର ଗରିବ ଜନସାଧାରଣଙ୍କୁ ତ୍ୱରିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେ ସଂଘକୁ ପରାମର୍ଶ ଦେଇଥିଲେ କ୍ଷ ସାନ୍ତାଳୀ ଡାକ୍ତର ସଙ୍ଘ ଆଗାମୀ ଦିନରେ ଜାତୀୟସ୍ତରରେ ଅନୁଷ୍ଠାନ ଗଠନ କରି ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ସର୍ଗିକୃତ ସେବାପାଇଁ ଉଦ୍ୟମ କଲେ ସେ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ କ୍ଷ ଦେଶର ସଂରକ୍ଷଣ ବ୍ୟବସ୍ଥାକୁ ନକାରତ୍ମକ ଦୃଷ୍ଟିରେ ରଖି ଆଦିବାସୀ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ ଓ ଶିକ୍ଷା ଉପରେ ମନୋନିବେଶ କଲେ ସାଧାରଣ ଛାତ୍ରଙ୍କଠାରୁ ଅଧିକ ପାରଦର୍ଶିତା ଦେଖାଇ ପାରିବ ବୋଲି ସେ ନିଜର ମତ ରଖିଥିଲେ କ୍ଷ ଓଡିଶା ସାନ୍ତାଳୀ ଡାକ୍ତର ସଙ୍ଘର ସଭାପତି ଡାକ୍ତର ଚୈତନ୍ୟ ପ୍ରସାଦ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସିଏଜି ଶ୍ରୀ ମୁର୍ମୁ, ମୁଖ୍ୟ ଅତିଥି, ଝାଡ଼ଖଣ୍ଡ ସାନ୍ତାଳୀ ଡାକ୍ତର ସଙ୍ଘର ସଭାପତି ଜଗନ୍ନାଥ ସୋରେନ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କ୍ଷ ଉଦଘାଟନୀ ଉତ୍ସବରେ ଶ୍ରୀ ମୁର୍ମୁ ସଂଘର ସ୍ମରଣିକାକୁ ଉନ୍ମୋଚନ କରିଥିଲେ କ୍ଷ ଏହି ଅବସରରେ ଶ୍ରୀ ମୁର୍ମୁଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ଅପରାହ୍ନରେ ଶ୍ରୀ ମୁର୍ମୁଙ୍କୁ ବାରିପଦା ସର୍କିଟ ହାଉସଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା କ୍ଷ ସେଠାରେ ସେ ଜିଲ୍ଲାର ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ଓ ପୋଲିସ ଅଧିକ୍ଷକ ଆର. ଦ୍ୟାନଦେଓ ଖିଲାରୀଙ୍କ ଠାରୁ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ
