ମୟୁରଭଞ୍ଜ ଭେଟେରାନ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାରିପଦା : ସ୍ଥାନୀୟ କଲେଜ ପଡିଆରେ ମୟୁରଭଞ୍ଜ କ୍ଲବ ସିକ୍ରେଟ ଇଲେଭେନ ଆନୁକୂଲ୍ୟରେ ୫ ମ ବାର୍ଷିକ ଭେଟେରାନ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି ଓ ଆସନ୍ତା ଜାନୁୟାରୀ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ଜିଲ୍ଲାର ପୂର୍ବତନ କ୍ରିକେଟ ଖେଳାଳି ମାନଙ୍କୁ ନେଇ ୧୧ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଓ ଉଦ୍ଘାଟନୀ ଉତ୍ସବରେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି, ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ସିନେ ନିର୍ଦେଶକ ଓ ପ୍ରଯୋଜକ ସଂଜୀବ କୁମାର ଦ୍ୱିବେଦୀ, ପୂର୍ବତନ କ୍ରିକେଟ ଖେଳାଳି ଅମୀୟ କୁମାର ବଳ, ସ୍ୱରୂପ ରଞ୍ଜନ ଦାସ, ସୋମନାଥ ସିଂହ ଓ ମୁଖ୍ୟ ଆୟୋଜକ ସନ୍ତୋଷ କୁମାର ଓତା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଆଜିର ଉଦ୍ଘାଟନୀ ମ୍ୟାଚରେ କ୍ଲବ ସିକ୍ରେଟ ଇଲେଭେନ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୩ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ଅବିନାଶ ପଟ୍ଟନାୟକ ସର୍ବାଧିକ ୬୭ ରନ କରିଥିବା ବେଳେ ଲୋହିତ ଦାସ ଓ ମଳୟ କୁମାର ବଳ ୨୩ ରନ ଲେଖାଏଁ ସଂଗ୍ରହ କରିଥିଲେ ଓ ଉତରରେ ମହାନ୍ତି ଟାଇଗର୍ସ ୧୦ ଓଭରରେ ୪ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିପାରିଥିଲେ ଓ ଦଳ ପକ୍ଷରୁ ସୁମିତ ମଣ୍ଡଳ ୩୭ ଓ ଗୌତମ ପଲେଇ ୧୮ ରନ କରିଥିବା ବେଳେ ବିପକ୍ଷ ଦଳର ଲୋକନାଥ ସିଂହ ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଅବିନାଶ ପଟ୍ଟନାୟକ ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଅଶୋକ ପାଲ ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ଦୀପକ ଦାସ ଓ ଗୌତମ ଦାସ ଧାରାବିବରଣୀ ଏବଂ ରାକେଶ କୁମାର ବେହେରା ଓ ଅନିଶ ମିଶ୍ର ସ୍କୋରିଂରେ ସହାୟତା କରିଥିଲେ I
