ଜିଲ୍ଲା ସ୍ତରୀୟ ଜୁନିଅର ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓସିଏ ଭିଜନ ୨୦୨୪ ପାଇଁ ୧୬ ଓ ୧୯ ବର୍ଷରୁ କମ ଖେଳାଳିଙ୍କୁ ନେଇ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆସନ୍ତା ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୪ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ, ଉଦ୍ଘାଟନୀ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ମନୋଜ କୁମାର ସାଓ, ସୁବ୍ରମନ୍ୟମ ମହାନ୍ତି ଓ ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ସି ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୭୬ ରନ କରିଥିଲେ ଓ ଦଳ ପକ୍ଷରୁ ସୁରଜ ଶୁଭ୍ରଜିତ ମହାନା ୨୬ ରନ କରିଥିବା ବେଳେ ବିପକ୍ଷ ଦଳର ସାହିବ ଅଗ୍ରୱାଲ ହ୍ୱାଟ୍ରିକ ସହ ୪ ଟି ଓ ହୀରକ ସିଂହ ୩ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ମୟୁରଭଂଜ ବି ୯ ଓଭରରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଦଳ ପକ୍ଷରୁ ଦିବ୍ୟଜିତ ପାଲବାବୁ ୨୨ ଓ ଲଲଚାନ୍ଦ ଖଣ୍ଡେଲୱାଲ ୧୪ ରନ କରିଥିବା ବେଳେ ସୁରଜ ଶୁଭ୍ରଜିତ ଓ ଜୀତ ଦେ ୩ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ସାହିଲ ଅଗ୍ରୱାଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ ଓ ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଓଡିଶା କ୍ରିକେଟ ଏକାଡେମୀ ପାଇଁ ଖେଳାଳି ଚୟନ କରାଯିବ ବୋଲି କ୍ରିକେଟ ସହ ସମ୍ପାଦକ ଶ୍ରୀ ପାତ୍ର ଜଣାଇଛନ୍ତି I
