ବମ ମହେଶ ସ୍ନିହା ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାରିପଦା : ସ୍ଥାନୀୟ ବାରିପଦା ମଧୁବନ ମିନି ଷ୍ଟାଡିୟମ ଠାରେ ୯ମ ବାର୍ଷିକ ମହେଶ ସ୍ନିହା ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜ କ୍ରିକେଟ ଏକାଡେମୀ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗଦେଇ ଟୁର୍ଣ୍ଣାମେଂଟକୁ ଉଦ୍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟ ର ଅଧ୍ୟକ୍ଷ ଗିରିଶଚନ୍ଦ୍ର ଦାସ ଯୋଗଦେଇ ଖେଳାଳୀମାନଙ୍କ ସହିତ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ମହେଶ ସିହ୍ନା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସଭାପତି କଲ୍ୟାଣ ସିହ୍ନା, ଉପସଭାପତି ଚିନ୍ମୟ ସିହ୍ନା, ପରିଚାଳନା ସମ୍ପାଦକ ତାପସ ମହାନ୍ତି, ଯୁଗ୍ମ ସମ୍ପାଦକ ପୁଲିନ ସିହ୍ନା ତଥା ମୟୂରଭଞ୍ଜ ଏଥେଲେଟିକ ଏସୋସିଏସନ୍ର କ୍ରିକେଟ ସେକ୍ରେଟେରୀ ହରପ୍ରସାଦ ପାତ୍ର, ଫୁଟ୍ବଲ ସେକ୍ରେଟେରୀ ଅମର ସେଠୀ, ୱାର୍ଡ ନଂ ୨୩ର କାଉନ୍ସିଲର୍ ଅନନ୍ତ ଦାସ, ଶିକ୍ଷକ ତଥା ସମାଜସେବୀ ତପନ କୁମାର ବାରିକ, ପୂର୍ବତନ କ୍ରୀଡାବିତ୍ ସେକ୍ ଲାଇକୁଦ୍ଦିନ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହିଭଳି ଏକ ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜ ରେ କ୍ରମାଗତ ୯ବର୍ଷଧରି ଅନୁଷ୍ଠିତ ହେଉଥିବାରୁ କମିଟିର କର୍ମକର୍ତା ମାନଙ୍କୁ ଭୁୟସି ପ୍ରଶଂସା କରିଥିଲେ । ଏହି ଖେଳକୁ ଏମ୍ପାୟାର ଫାଇମ କାଦ୍ରି ଓ ମୋନଜ ଦାସ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ମହିମ୍ ମଲ୍ଲିକ୍ ସହାୟତା କରିଥିଲେ । ସର୍ବଶେଷରେ ଟୁର୍ଣ୍ଣାମେଂଟର ସମ୍ପାଦକ ଲୋହିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
