ବାହାନଗା : ବାହାନଗା ବ୍ଲକ ବାହାନଗା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ଦିନ ପଞ୍ଚାୟତ ସ୍ଥରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାହାନଗା ପଂଚାୟତର ସରପଂଚ ବ୍ରଜେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସହକାରୀ ଗୋଷ୍ଠି ଶିକ୍ଷାଅଧିକାରୀ ରବି ନାରାୟଣ ପଣ୍ଡା. ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠି ଶିକ୍ଷାଅଧିକାରୀ ରୋହିଆ ଟୁଡୁ, , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାରଂଜନ ମନ୍ତ୍ରୀ, ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରୀ ଯଶୋଦା ନାୟକ,ୱାର୍ଡ଼ସଭ୍ୟା ମଧୁସ୍ମିତା ଦାସ, ରମାକାନ୍ତ ମହାଳିକ, ଶରତ କୁମାର ମଳିକ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଂଚଳିକ ସାଧନ ଗୋଷ୍ଠି ସଂଜୋଯକ ପ୍ରଶାନ୍ତ କୁମାର ଦାସ, ଅରୁଣ କୁମାର ମହାନ୍ତି, ପ୍ରଦୀପ କୁମାର ବିଶ୍ୱାଳଙ୍କ ସହ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତରେ ପଞ୍ଚାୟତର ବିଭିନ୍ନ ସ୍କୁଲରୁ ୭୩ଜଣ ପ୍ରତିଯୋଗି ଭାଗ ନେଇଥିଲେ । ସର୍ବମୋଟ ୫୫ ଜଣଙ୍କୁ ପୁରଷ୍କୃତ କରାଯାଇଛି ।ଏହି ପ୍ରତିଯୋଗିତାକୁ କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀଧର ମୁଦୁଲି ପରିଚାଳନା କରିଥିଲେ ।
Post Views: 66,196