ଶିରିଡ଼ି ସାଇବାବା ସେବା ସମିତିର ବାର୍ଷିକ ଉତ୍ସବ
ସୋର : ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ସାଇ ଅନନ୍ତ ପ୍ଲାଜା ପରିସରରେ ସୋର ଶିରିଡ଼ି ସାଇବାବା ସେବା ସମିତିର ୪ ଦିନିଆ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବର ୪ ଦିନ ବ୍ୟାପି ନିତ୍ୟ ପୂଜା, ବିଷ୍ଣୁ ଶହସ୍ର ନାମ, ବାବାଙ୍କ ୧୦୮ ନାମ, ସ୍ତବନ ମଞ୍ଜରୀ ପଠନ, ସମୂହ ପାରାୟଣ ପରେ ଭଜନ ସାମରୋହ, ରକ୍ତଦାନ ଶିବିର ଏବଂ ପାଲିଙ୍କି ଯାତ୍ରା, ଦହିହାଣ୍ଡି ଭଙ୍ଗା ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟ ଖଡ଼ଗରାୟ, ସଂଜୟ ମହାପାତ୍ର, ମାନସ କୁମାର ପାଣିଗ୍ରାହୀ ସାଇ ସତ୍ଚରିତ ପଠନ କରିଥିଲେ । ଏଥିରେ ପୂଜକ ଆଦିତ୍ୟ ଆଚାର୍ଯ୍ୟ ପୌରୋହିତ୍ୟତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ସୁଦର୍ଶନ ସେଣ୍ଡ, ପ୍ରଫୁଳ୍ଲ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଲେଙ୍କା, ଅନନ୍ତ ପରିଡ଼ା, ଶୁକଦେବ ନାୟକ, ସୁରେନ୍ଦ୍ର ପାଲ, ନିରଞ୍ଜନ ବରାଳ, ନିରଞ୍ଜନ ପାତ୍ର, ମଧୁସୂଦନ ନାୟକ, ଯୁଧିଷ୍ଟିର ରାଉତ, ନିରାକାର ପାଣିଗ୍ରାହୀ, ଚନ୍ଦନା ପାତ୍ର, ସ୍କୁସ୍ମିତା ପାତ୍ର, ବବୁଲ ଅଗ୍ରୱାଲ, ଅନନ୍ତ ପ୍ରସାଦ ନାୟକ, ନିରାକାର ପାଣିଗ୍ରାହୀ, ଶିବପ୍ରସାଦ ଭୋଇ, କଳ୍ପନା ନାୟକ, ସୁଜିତ ସାହୁ, ଶଶିକାନ୍ତ ପ୍ରଧାନ, ଶଶିକାନ୍ତ ଶତପଥୀ, ସୁଶାନ୍ତ ପଣ୍ଡା, ସୁରଂଜନ ପଣ୍ଡା, ନିରଂଜନ ପଣ୍ଡା, ନରେନ୍ଦ୍ର ନାୟକ, ଦିଲ୍ଲୀପ ଦେ, ଏକାଦଶୀ ଶିଅଳ, ଚନ୍ଦନ ଦାସ, ଜୟନ୍ତ ପାକଳ, ସ୍ୱାଗତିକା ମହାପାତ୍ର ପ୍ରମୁଖ ଶିବିରକୁ ପରିଚଳନାରେ ସହଯୋଗ କରିଥିଲେ ।
