ବିଏନଏମ କଲେଜ ଇତିହାସ ବିଭାଗର ପାଠଚକ୍ର
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଂଚି ନାରୟଣ ମାଧବ ଅର୍ଜୁନ କଲେଜର ଇତିହାସ ବିଭାଗ ପକ୍ଷରୁ ‘ଆଧୁନିକ ଇତିହାସର ସାମାଜିକ ଓ ଧାର୍ମିକ ସଂସ୍କାର ଆନ୍ଦୋଳନ’ ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଚରମ୍ପା ମହାବିଦ୍ୟାଳୟର ଅଧ୍ୟାପକ ହେମନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦୀପକ କୁମାର ପଣ୍ଡା, ପ୍ରଦୀପ ମିଶ୍ର, ଡ. ସ୍ୱପ୍ନା ସାମନ୍ତ ଯୋଗ ଦେଇ ଆଲୋଚନା କରିଥିଲେ । ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ସମର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୋନାଲିଶା ମହାନ୍ତି ଓ ସାଥୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ଦୀପକ କୁମାର ପଣ୍ଡା, ତପନ କୁମାର ନାୟକ, ସୁଧାଂଶୁ ଶେଖର ପଣ୍ଡା, ଡ. ସୁଜାତାରାଣୀ ଗିରି, ବୈଷ୍ଣବୀ ଚରଣ ମହାନ୍ତି, ଜ୍ୟୋତିର୍ମୟୀ ପ୍ରଧାନ, ଡ. ମନୋଜ କୁମାର ମହାନ୍ତି, ହୀରକଲତା ଦାସ, ଅଜୟ କୁମାର ପୃଷ୍ଟି, ମୃତୁଞ୍ଜୟ ନାରାୟଣ ଦାସ, ଦେବାଶିଷ ଦାସ, ଡ. ପ୍ରଭାକର ଦୁଆରୀ, ଅହମଦ ଖାଁ ପ୍ରମୁଖ ଉପସ୍ଥିତ ଥିଲା ବେଳେ ସୀମାରାଣୀ ଜେନା, ପୂର୍ଣ୍ଣିମା ମହାନ୍ତି, ସବିତା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
