ଚକ୍ଷୁ ପରୀକ୍ଷା ଶିବିର
କଟକ : ସ୍ଥାନୀୟ ଝାଞ୍ଜିରୀମଙ୍ଗଳା ଖଣ୍ଡାୟତସାହିର ଦୋଳଗୋବିନ୍ଦ ପୂଜା ମଣ୍ଡପଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସେଣ୍ଟର ଫର୍ ସାଇଟ୍ ଆଇ ହସ୍ପିଟାଲ ଓ କୃପା ଡାଇଗ୍ନୋଷ୍ଟିକ ଆନୁକୂଲ୍ୟରେ ସାମାଜିକ କର୍ମୀ ସୋନାଲୀ ମହାନ୍ତିଙ୍କ ତତ୍ୱାବଧାନରେ ଏହି ଚକ୍ଷୁ ପରୀକ୍ଷା ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁରୋଗୀଙ୍କ ମାଗଣାରେ ପରୀକ୍ଷା କରାଯାଇ ୫୦ ଜଣଙ୍କ ଅପରେସନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଚଷମା ବିତରଣ କରାଯାଇଥିଲା । ଏହି ଶିବିରରେ ୨୮ ନମ୍ବର ୱାର୍ଡ କର୍ପୋରେଟର ସୁମିତ୍ରା ବସ୍ତିିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସଭାପତି ବିବେକାନନ୍ଦ ସ୍ୱାଇଁ, ସଂପାଦକ ପଙ୍କଜ କୁମାର ନାୟକ, ଉପ ସଭାପତି ମନୋରଂଜନ ମଲ୍ଲିକ, ସହ ସଂପାଦକ ମାନସ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଖଣ୍ଡାୟତ ସାହିର ସମସ୍ତ ମୁରବୀ ଏବଂ ଯୁବକମାନଙ୍କ ସହଯୋଗରେ ଏହି ଶିବିରର ଆୟୋଜନ କରାଯାଇଥିଲା ।
