ଅସୀମା ସାହୁଙ୍କ ଅନୁବାଦ କବିତା ବହି ଭିଏତନାମରେ ପୁରସ୍କୃତ
ବାରିପଦା : ଭିଏତନାମର ହୋଚିମିନ୍ ସହରରେ ଅନୁଷ୍ଠିତ ହୋଇଥିବା ୨୦ତମ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ସମ୍ମିଳନୀରେ ବିଶିଷ୍ଟ କବୟିତ୍ରୀ, ସ୍ତମ୍ଭକାର ତଥା ଶ୍ରୀରାମଚନ୍ଦ୍ର ଭଂଜ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଅସୀମା ସାହୁଙ୍କ ବହୁ ଚର୍ଚ୍ଚିତ ହିନ୍ଦୀ ଅନୁବାଦ କବିତା ବହି ଫୁକାରେ କୋଇ ଖିତିଜ୍ କେ ପାର୍ ସେ କୁ ମିଳିଛି ଶ୍ରୀ ଗଙ୍ଗାପ୍ରସାଦ ସ୍ମୃତି ସମ୍ମାନ । ସୁପ୍ରସିଦ୍ଧ ସମାଜସେବୀ ଓ ନାରୀନେତ୍ରୀ ନମ୍ରତା ଚଢା, ଡ. ସାହୁଙ୍କ ମୂଳ ଓଡ଼ିଆ କବିତା ବହି ଇସାରାରେ ଡାକେ କିଏ ଦିଗବଳୟ ସେପାରିରୁ କୁ ହିନ୍ଦୀରେ ଅନୁବାଦ କରିଛନ୍ତି । ବିଶ୍ୱପ୍ରସଦ୍ଧ ଲେଖକ ତଥା ହିନ୍ଦୀ ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀ ହରସୁମନ ବିଷ୍ଟ ଅନ୍ୟ ବରିଷ୍ଟ ବରେଣ୍ୟ ଅତିଥିବୃନ୍ଦଙ୍କ ଗହଣରେ ପୁସ୍ତକଟି ପାଇଁ ବିଦେଶରେ ନମ୍ରତା ଚଢ଼ାଙ୍କୁ ସମ୍ମାନ ପ୍ରଦାନ କରିଥିଲେ । ପୁସ୍ତକଟି ଆମେରିକାର ବ୍ଲାକ୍ ଈଗଲ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ଦେଶବିଦେଶରେ ବେଶ ଲୋକପ୍ରିୟତା ଲାଭ କରିଛି । ଏପରି ଏକ ସାହିତ୍ୟ ସମ୍ମାନ ଲାଭ କରିଥିବାରୁ ପ୍ରକାଶକ ସତ୍ୟ ପଟ୍ଟନାୟକ ମୂଳ ଲେଖିକା ଡ. ଅସୀମା ସାହୁ ଓ ଅନୁବାଦିକା ନମ୍ରତା ଚଢାଙ୍କୁ ଆମେରିକାରୁ ଶୁଭେଚ୍ଛା ଜଣାଇଛନ୍ତି ।
