ଜାତୀୟ ମହିଳା ବୋକ୍ସିଂ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରିବେ ମୟୁରଭଞ୍ଜର ମନୀଷା
ବାରିପଦା : ଚଳିତ ମାସ ୧୯ ତାରିଖରେ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ଜାତୀୟ ଇଲାଇଟ ମହିଳା ବୋକ୍ସିଂ ଚାମ୍ପିୟାନସିପ – ୨୦୨୨ ରେ ଅଂଶ ଗ୍ରହଣ କରିବେ ମୟୁରଭଂଜ ଜିଲ୍ଲା ବାରିପଦାର ମନୀଷା ଦାସ ଓ ଚଳିତ ମାସ ପୁରୀ ଠାରେ ଅନୁଷ୍ଠିତ ଚୟନ ଶିବିରରେ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ସେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ଓ ତାଙ୍କ ପିତା ବୋକ୍ସିଂ କୋଚ ବିଜୟ ଚନ୍ଦ୍ର ଦାସଙ୍କ ଠାରୁ ପ୍ରେରଣା ପାଇ ସେ ବୋକ୍ସିଂ ପ୍ରତି ଆକୃଷ୍ଟ ହୋଇଥିଲେ ଓ ପିତାଙ୍କ ଠାରୁ ବଳିଷ୍ଠ ପ୍ରଶିକ୍ଷଣ ପାଇ ସେ ୨୦୦୬ ମସିହାରେ ପଂଜାବର ପଟିଆଲାଠାରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ସବ ଜୁନିଅର ଜାତୀୟ ମହିଳା ବୋକ୍ସିଂ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରି ବ୍ରୋଂଚ ପଦକ ହାସଲ କରିଥିବା ବେଳେ ୨୦୦୮ ମସିହାରେ ଆନ୍ଧ୍ରପ୍ରଦେଶର କାକିନାଡା ଠାରେ ଅନୁଷ୍ଠିତ ୨ ୟ ବାର୍ଷିକ ଚାମ୍ପିୟାନସିପରେ ମଧ୍ୟ ବ୍ରୋଂଚ ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ଓ ମୟୁରଭଂଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ମିଡ଼ିଆ ସଂଯୋଜକ ସୋମନାଥ ସିଂହ ତଥା ବହୁ କ୍ରୀଡ଼ାବିତ ଜାତୀୟ ସ୍ତରରେ ତାଙ୍କର ସଫଳତା କାମନା କରିଛନ୍ତି ଓ
