ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର : ସ୍ଥାନୀୟ ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲ ପରିସରେ ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ୪୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବରିଷ୍ଠ ବିଭାଗରେ ଶୁଭଶ୍ରୀ ପ୍ରିୟଦର୍ଶିନୀ ପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳପଡା ପ୍ରଥମ ପ୍ରତ୍ୟୁସ ସାହୁ ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳପଡା ଦ୍ୱିତୀୟ ଓମ ପ୍ରସାଦ ରାଉତ, ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଭଣ୍ଡାରୀ ଡିହା ତୃତୀୟ ଏବଂ କନିଷ୍ଠ ବିଭାଗ ରେ ମୁକେଶ କୁମାର ସାହୁ ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳପଡା ପ୍ରଥମ, ବିଶ୍ୱ ପ୍ରକାଶ ରାଉତ ଲଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରାମଚନ୍ଦ୍ର ପୁର ଦ୍ୱିତୀୟ ପୁଷ୍ପିତା ମହାକୁଡ଼ ଓଡିଶା ଆଦର୍ଶ ବିଦ୍ୟାଳୟ କେନ୍ଦେଇପସୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସନମାନିତ ଅତିଥି ରୂପେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମହନ୍ତ ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ସମ୍ଭଦ୍ଧିୟ କଥାବସ୍ତୁ ଉପସ୍ଥାପନା କରିଥିଲେ, ନରସିଂହ ସ୍ୱାଇଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠିଙ୍କ ତତ୍ୱାବଧାନ ରେ ଏହି ବିଜ୍ଞାନ କୁଇଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଶିକ୍ଷକ ସଞ୍ଜୟ କୁମାର ସାମଲ, ବିଜୟ କୁମାର ବେହେରା,ବିବେକାନନ୍ଦ ରାଉତ, ପ୍ରଦିପ୍ତ ଦେହୁରୀ , ଶିକ୍ଷୟତ୍ରୀ ମଧୁସ୍ମିତା ଚକ୍ର, ସାଗରୀକା ସାହୁ, ଯାତ୍ରୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
