ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଦ୍ୟାଧରପୁରରେ ଜନ ଆରୋଗ୍ୟ କମିଟି ବୈଠକ
କଟକ : ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସି.ଆର୍.ଆର୍.ଆଇ ବିଦ୍ୟାଧରପୁର ସମ୍ମିଳନୀ କକ୍ଷରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଗିରିଶ ଚନ୍ଦ୍ର ପତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବ ବୈଠକର ସିଦ୍ଧାନ୍ତ ନେଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ପରବର୍ତ୍ତୀ ମାସ ପାଇଁ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯାଇଥିଲା । ଉକ୍ତ ବୈଠକରେ ଡାକ୍ତର ପତି ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନତ ସେବା ଉପଲବ୍ଧ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ସେବକ ସମାଜର ସଂପାଦକ ଅମୀୟ ଭୂଷଣ ବିଶ୍ୱାଳ ଆଗାମୀ ଏକ ସପ୍ତାହ ମଧ୍ୟରେ ସିସି କ୍ୟାମେରା ଲଗାଯିବା ସହିତ ଆପଦ କାଳୀନ ଦ୍ୱାରା ନିର୍ମାଣ ଶେଷ ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସିଟି ପ୍ରୋଗ୍ରାମ୍ ମ୍ୟାନେଜର ଏଲିନା ମହାପାତ୍ର, ଇଂ ଅବିନାଶ ସ୍ୱାଇଁ, ଦେବଦତ୍ତ ପଣ୍ଡା, ଜନ ଆରୋଗ୍ୟ ସମିତିର ସଦସ୍ୟ ନଗେନ୍ ମହାରଣା, ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ରମାକାନ୍ତ ମହାପାତ୍ର, ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ହିସାବ ରକ୍ଷକ ଅନିରୁଦ୍ଧ ଦାସ, ରଶ୍ମୀପ୍ରଭା ଦାସ ଏବଂ ହସ୍ପିଟାଲର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଫାର୍ମାସିଷ୍ଟ ମିନତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
