ସ୍ୱପ୍ନ ଫାଉଣ୍ଡେସନ୍ର ୫ମ ପ୍ରତିଷ୍ଠା ଦିବସ
କଟକ : କଟକ ସହରର ସୁଃଖଦୁଃଖର ସାଥୀ ତଥା ଦୁôଃଖୀରଙ୍କିଙ୍କର ଦରଦି ବନ୍ଧୁ ସ୍ୱପ୍ନ ଫାଉଣ୍ଡେସନର ୫ମ ପ୍ରତିଷ୍ଠା ଦିବସ ସଭାପତି ସୁଧାଂଶୁ ପାତ୍ରଙ୍କ ସଭାପତିତ୍ୱରେ କଟକ ଚୌଧୁରୀବଜାର ସ୍ଥିତ ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କଟକ ସାଂସଦ ଭର୍ତ୍ତୁହରି ମହତାବ୍ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କଟକ ମହାନଗର ନିଗମ ମେୟର ସୁବାସ ସିଂହ, ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଅନ୍ତରାଷ୍ଟ୍ରୀୟ ମାନବିକ ଅଧିକାରର ରାଜ୍ୟ ସଭାପତି ଇଂ ପ୍ରଦୀପ ବେହେରା, ଡିୟର ଲାଇଫର ପାରିଚାଳାନା ନିର୍ଦ୍ଦେଶକ ପ୍ରମୋଦ ରାଉତ, ଓଡିଆ ଚଳଚିତ୍ର ଜଗତର ସୁପ୍ରସିଦ୍ଧ ନାୟକ ସବ୍ୟସାଚୀ ମିଶ୍ର ଏବଂ ଶ୍ରୀତମ ଦାସ ପ୍ରମୁଖ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଫାଉଣ୍ଡେସନର ସଭାପତି ଶ୍ରୀ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଶୁଭ୍ରଜିତ ପଣ୍ଡା । ପରେ ପରେ ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଶିଳ୍ପପତି, ବ୍ୟବସାୟବିତ୍, ସମାଜସେବୀ, ସାମ୍ବାଦିକ ଓ ସାମାଜିକ ଅନୁଷ୍ଠାନ ଆଦି ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡଃ ଚୌଧୁରୀ ସତ୍ୟଦାସ, ପ୍ରଧ୍ୟାପକ ଡଃ ଶେଖ କଲ୍ଲିମୂଲ୍ଲା, କର୍ପୋରେଟର ଇଂ ସୁବ୍ରତ ଘଡାଇ, ଗଗନ ଓଝା, ମୀନା ସାହୁ, ନିରଞ୍ଜନ ସାହୁ, କ୍ଷୀରୋଦ କୁମାର ସାହୁ, ଅଶି୍ୱନୀ କୁମାର ମହରଣାଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
