ତିଖିଆରେ ବହଳଦା ବ୍ଲକ ସ୍ତରୀୟ ବିଜ୍ଞାନମେଳା
ବାରିପଦା : ବହଳଦା ବ୍ଲକର ସମସ୍ତ ବିଦ୍ୟାଳୟ ସମୁହର ବ୍ଲକ ସ୍ତରୀୟ ବିଜ୍ଞାନମେଳା ତିଖିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନମେଳାରେ ବ୍ଲକର ୪୪ଟି ବିଦ୍ୟାଳୟର ଜୁନିୟର ବିଭାଗରେ ୧୬ଟି ଏବଂ ସିନିଅର ବିଭାଗରେ ୨୮ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଉକ୍ତ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ବହଳଦା ବ୍ଲକର ପୂର୍ବତନ ବିଆରସିସି ରାମକୃଷ୍ଣ ମହାନ୍ତ ଉଦଘାଟନ କରିଥିବା ବେଳେ, ମୁଖ୍ୟ ବକ୍ତା ରୂପେ ପୂର୍ବତନ ଏବିଇଓ ବିଭୂତି ଭୂଷଣ ପଲେଇ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଇଂଜିନିୟର ଲକ୍ଷ୍ମଣ ମହାନ୍ତ, ଗମ୍ଭାରିଆ ସରପଂଚ ବୈଦେହୀ ହାଁସଦାଃ, ବିଜ୍ଞାନ ମେଳାର ସଂଗଠନ ସମ୍ପାଦକ ଦଶରଥ ମହାନ୍ତ, ବରିଷ୍ଠ ଶିକ୍ଷକ ଶିବନନ୍ଦନ ମହାନ୍ତ, ବରିଷ୍ଠ ଶିକ୍ଷକ ନଳିନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁରର ଡେପୁଟି ରେଂଜ ଅଫିସର ସତ୍ୟବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲା ବେଳେ ମୁଖ୍ୟ ବକ୍ତା ରୂପେ ପୂର୍ବତନ ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ସୂର୍ଯ୍ୟ ମଣୀ ହାଁସଦାଃ ଏବଂ ଗମ୍ଭାରିଆ ସରପଂଚ ବୈଦେହୀ ହାଁସଦାଃ ଯୋଗ ଦେଇଥିବା ବେଳେ, ବିଜ୍ଞାନ ମେଳାର ସଭାପତି ତଥା ବହଳଦା ବ୍ଲକ ବିଇଓ ନେପଲ ଚନ୍ଦ୍ର ମୁଣ୍ଡା, ଉପସଭାପତି ତଥା ଏବିଇଓ ଭୂତନାଥ ସିଟ, ବିଜ୍ଞାନ ମେଳାର ସଂଗଠନ ସମ୍ପାଦକ ତିଖିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦଶରଥ ମହାନ୍ତ ଉପସ୍ଥିତ ରହିଥିଲେ । ଏହି ବିଜ୍ଞାନ ମେଳାରେ ସର୍ବମୋଟ ୧୨୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ଶ୍ରେଷ୍ଠ ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ପାଇଁ ମନୋନୀତ କରାଯାଇଥିଲା ।
