ଗୁରୁବାରରେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ କରନ୍ତୁ ଏହି ବିଶେଷ ଉପାୟ ! ବ୍ୟବସାୟ ଓ ଚାକିରୀରେ ମିଳିବ ସଫଳତା
ଗୁରୁବାର ଦିନଟି ହେଉଛି ମାତା ଲକ୍ଷ୍ମୀଙ୍କ ଦିନ । ଏହିଦିନ ଆମ ହିନ୍ଦୁ ପରିବାରରେ ଗୋଟିଏ ଗୁରୁତ୍ୱପୂର୍ଣ ଦିନ ଅଟେ । ଶାସ୍ତ୍ର ଅନୁସାରେ ଗୁରୁବାରଦିନ ଯଦି ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି ତେବେ ଆମର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ । ଲକ୍ଷ୍ମୀଙ୍କ ଆଶୀର୍ବାଦ ଯାହା ଉପରେ ରହିଥାଏ ତାର ସମସ୍ତ ଅସୁବିଧା ଦୂର ହୁଏ । ତେଣୁ ଶାସ୍ତ୍ରରେ ବର୍ଣନା ରହିଛି ଯେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିଲେ ଦରିଦ୍ରତା ଦୂର ହୋଇଥାଏ ।
ଅଧିକାଂଶ ସମୟରେ ମଣିଷ ଅନେକ ପରିଶ୍ରମ କରି ମଧ୍ୟ ଜୀବନରେ ସଫଳତା ଲାଭ କରି ପାରି ନଥାଏ । ଏପରି ସ୍ଥିତିରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛିଟା ଉପାୟ କରିବା ଆବଶ୍ୟକ ।
– ପ୍ରତି ଗୁରୁବାର ଦିନ ଘରର ମୁଖ୍ୟଦ୍ଵାରରେ ଆମ୍ବ ପତ୍ରରେ ତ୍ବରାଣ ଲଗାନ୍ତୁ । ଏପରି କରିବା ଦ୍ୱାରା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ ଓ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ।
– ଗୁରୁବାର ଦିନ ଗୋଟିଏ ରୁଦ୍ରାକ୍ଷକୁ ଗଙ୍ଗାଜଳ ରେ ଧୋଇ ନାଲି ସୂତାରେ ଧାରଣ କରିବା ଦ୍ୱାର ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ ।
– ପ୍ରତି ଗୁରୁବାର ଦିନ ମହିଳା ମାନେ ଲକ୍ଷ୍ମୀଙ୍କ ନିକଟରେ ସିନ୍ଦୁର, ଅକ୍ଷତ, ପୁଷ୍ପ ଓ ଶଙ୍ଖା ଅର୍ପଣ କରିବା ଦ୍ୱାରା ଜିବନର ସମସ୍ତ ବିପଦ ଦୁରେଇ ଯାଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ ।
– ପ୍ରତି ଗୁରୁବାର ସନ୍ଧ୍ୟା ସମୟରେ ନିଜର ଘର ଅଗଣାକୁ ଯାଇ ତୁଳସୀରେ ଦୀପ ଦେଇ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ । ଏହାଦ୍ୱାରା ଅଖଣ୍ଡ ସୌଭାଗ୍ୟ ଲାଭ କରିବେ ।
– ଋଣଭାର ରୁ ମୁକ୍ତି ପାଇବା ପାଇଁ ପ୍ରତି ଗୁରୁବାର ଦିନ ପଦ୍ମ ଫୁଲରେ ମାଳା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଓ ଏହାପରେ ଓଂ ଶ୍ରୀଙ୍ଗ ହୃଙ୍ଗ କମଲେ କମଲାୟ ମହାଲକ୍ଷ୍ମୀ ନମଃ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ ।
– ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ପରଚର୍ଚ୍ଚା, ପରନିନ୍ଦା, ଅହଂକାର, କ୍ରୋଧ, ଘୃଣା ଏହିସବୁ ଭାବନାକୁ ମନରୁ କାଢ଼ିଦେବା ଆବଶ୍ୟକ । ନଚେତ ମାଙ୍କ କୃପା ଲାଭ ହୋଇ ନଥାଏ ।
– ଲକ୍ଷ୍ମୀଙ୍କ ନିକଟରେ ଦୁଗ୍ଧ ରେ ପ୍ରସ୍ତୁତ ଯେ କୌଣସି ଖାଇବା ଜିନିଷ ପ୍ରସାଦ ଭାବରେ ଅର୍ପଣ କରନ୍ତୁ । ଏହାଦ୍ୱାରା ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ ।
– ଗୁରୁବାର ଦିନ ସଧବା ନାରୀ ମାନଙ୍କୁ ଶଙ୍ଖା ସିନ୍ଦୁର ଦେବା ଦ୍ୱାରା ଜିବନର ସମସ୍ତ କଷ୍ଟ ଦୂର ହୋଇଥାଏ ଓ ସ୍ବାମୀମାନେ ଓ ସନ୍ତାନମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରନ୍ତି।
