ଶୁକ୍ରବାର ବିଶେଷ ଭାବରେ କରନ୍ତୁ ବୈଭବ ଲକ୍ଷ୍ମୀଙ୍କ ପୂଜା ! ସୁଖପ୍ରାପ୍ତି ସହ ପୂରଣ ହେବ ମନୋସ୍କାମନା
ସନାତନ ଧର୍ମରେ ପ୍ରତେକ ଦିନର କିଛିନା କିଛି ମହତ୍ୱ ରହିଛି । ଶୁକ୍ରବାର ଦିନଟି ମା’ ସନ୍ତୋଷୀ ଓ ବୈଭବ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ । ତାଙ୍କ ଠାରୁ ସଂସାରର ସମସ୍ତ ସୁଖପ୍ରାପ୍ତି ଆମେ କରିଥାଉ । ସେହିପରି ଶୁକ୍ରବାର ଦିନ ସଚ୍ଚୋଟ ମନରେ ମା’ଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ରରେ ବୈଭବ ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନା ପୂଜା କରିବା ପାଇଁ ବିଶେଷ ଭାବରେ କୁହାଯାଇଛି । କାରଣ ଏହିଦିନ ସେ ତାଙ୍କର ଭକ୍ତ ମାନଙ୍କୁ ବିଶେଷ ଆଶୀର୍ବାଦ ଦେଇଥାନ୍ତି । ବୈଭବ ଲକ୍ଷ୍ମୀଙ୍କ ପୂଜା ଶୁକ୍ରବାର ସନ୍ଧ୍ୟାବେଳେ କରା ଯାଇଥାଏ । ତେଣୁ ଯେହେତୁ ଆମେ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିଥାଉ ସେଥିପାଇଁ ଆମେ ଶୁକ୍ରବାର ଦିନ କିଛି କଥା ନିଷ୍ଠା ଭାବରେ ମାନିବା ଆବଶ୍ୟକ ।
କରଜ ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ :
ଶୁକ୍ରବାର ଦିନ ବୈଭବ ଲକ୍ଷ୍ମୀଙ୍କର ଦିନ ହୋଇଥିବା କାରଣରୁ ଭୁଲରେ ବି କରଜ କରିବା କିମ୍ବା କରଜ ଦେବା ଠିକ ନୁହେଁ । ମାନ୍ୟତା ରହିଛି ଯେ ଏହି ଦିନ ଯଦି ଆପଣ କ୍ରଯ ଦେବେ ତେବେ ଆପଣଙ୍କ ଧନ ଫେରିବାର ଆଶା ନଥାଏ । ସେଥିପାଇଁ ଏହି ଦିନା ଯଦି ଆପଣ କରଜ କ୍ରାନ୍ତି କିମ୍ବା ଦିଅନ୍ତି ତେବେ ବୈଭବ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।
ଶୁକ୍ରବାର ଦିନ ଏହି ଜିନିଷ ଖାଆନ୍ତୁ ନାହିଁ :
ଜାଦୀ ଆପଣ ଶୁକ୍ରବାର ଦିନ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରୁଛନ୍ତି ତେବେ ତାମସିକ ଭୋଜନ କରନ୍ତୁ ନାହିଁ । ଏହି ଦିନ ଆପଣ ବିନା ପିଆଜ ରସୁଣର ଖାଦ୍ୟ ଖାଇବ ଆବଶ୍ୟକ । ତାହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ସହିତ ବୈଭବ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ।
ଭୁଲରେ ବି ଦିଅନ୍ତୁ ନାହିଁ ଏହି ଜିନିଷ :
ଯଦି ଆପଣ ବୈଭବ ଲକ୍ଷ୍ମୀଙ୍କୁ ମଣୁଛନ୍ତି ତେବେ ଶୁକ୍ରବାର ଦିନ ଭୁଲରେବି କାହାକୁ ଚିନି ଦିଅନ୍ତୁ ନାହିଁ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିନିର ସମ୍ପର୍କ ଶୁକ୍ର ଓ ଚନ୍ଦ୍ରଙ୍କ ସହିତ ରହିଛି । ସେଥିପାଇଁ ଶୁକ୍ରବାର ଦିନ ଚିନି ଦାନକଲେ ଶୁକ୍ର ଦୁର୍ବଳ ହୋଇ ଯାଆନ୍ତି ।
ନାରୟଣଙ୍କ ପୂଜା କରନ୍ତୁ :
ଶୁକ୍ରବାର ଦିନ ମାତା ବୈଭବ ଲକ୍ଷ୍ମୀଙ୍କ ସହିତ ନାରୟଣଙ୍କ ପୂଜା କରନ୍ତୁ । ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କୁ ପୂଜା କରିବ ଦ୍ୱାରା ଯେପରି ସମସ୍ତ ଦେବଦେବୀ ପ୍ରସନ ହୁଅନ୍ତି, ସେହିଭଳି ବୈଭବ ଲକ୍ଷ୍ମୀଙ୍କ ସହ ନାରାୟଣଙ୍କୁ ପୂଜା କରିବା ଦ୍ୱାରା ଦେବଦେବୀଙ୍କ ଆଶୀର୍ବାଦ ମିଳିଥାଏ । ସେହିଦିନ ଆପଣ କିଛି ମିଠା ପ୍ରସ୍ତୁତ କରି ପ୍ରସାଦ ଚଢାନ୍ତୁ ।
ଖରାପ ବ୍ୟବହାର କରନ୍ତୁ ନାହିଁ :
ଶୁକ୍ରବାର ଦିନ କାହାପ୍ରତି ଅପଶବ୍ଦ କିମ୍ବା ଖରାପ ବ୍ୟବହାର ପ୍ରୟୋଗ କରନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ବୈଭବ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଘରେ ଅପବ୍ୟୟ ବଢ଼ିଯିଥାଏ । ଏଥିସହିତ ବେପାର ବଣିଜରେ କ୍ଷତି ହୁଏ । ତେଣୁ ଏହି ଦିନ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ଦେଖନ୍ତୁ ।
ସଫା ସୁତରା କରନ୍ତୁ :
ଲକ୍ଷ୍ମୀଙ୍କର ବାସ ସବୁବେଳେ ସଫା ସୁତୁରା ଜାଗାରେ ରହିଥା । ଏହା ଦ୍ୱାରା ଘରର ବୈଭବ ଓ ସୁଖଶାନ୍ତି ପ୍ରବାହ ହୋଇଥାଏ । ତେଣୁକରି ଭୁଲରେ ମଧ୍ୟ ଘରକୁ ଅପରିଷ୍କାର କରି ରଖିବେ ନାହିଁ । ଖାସ କରି ରୋଷେଇ ଘରକୁ ସଫା ସୁତରା ରଖିବା ଆଵଶ୍ୟକ ।
