ବୁଧବାର ଦିନ କେଉଁ କାମ କରିବା ଓ କଣ ନାହିଁ ! ଜାଣନ୍ତୁ ଆଜିର କର୍ମ ନିର୍ଣ୍ଣୟ
ହିନ୍ଦୁ ଧର୍ମରେ ପୂଜାପାଠ କିମ୍ବା ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରଥମେ ଶୁଭସମୟ, ଶୁଭ ଦିନ ଧାର୍ଯ୍ୟ କରାଯାଏ। ସପ୍ତାହର ବିଭିନ୍ନ ବାର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥିର କରାଯାଇଛି। ବାର ଅନୁସାରେ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା ।
ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ୪ ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ । ସେହିପରି ରବିବାର, ମଙ୍ଗଳବାର ଓ ଶନିବାର ଏହି ୩ ବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ ।
ବୁଧବାର କର୍ମ ନିର୍ଣ୍ଣୟ :
ବିଦେଶ ବା ଦୂରଯାତ୍ରା, ଯୁଦ୍ଧବିଦ୍ୟା ସାଧନା, କନ୍ୟା ପ୍ରଦାନ, ଗୁରୁଦେବତା ପୂଜା, ଅର୍ଥ ସଂଗ୍ରହ, ମନ୍ତ୍ର ସାଧନା ଓ ସମସ୍ତ ଶୁଭକର୍ମ ବୁଧବାରଦିନ କରିବା ପ୍ରଶସ୍ତ ।
ବୁଧବାର ଦିନ କଣ କରିବ :
ଏହି ବାରରେ ଗଣିତ, ଲେଖନ, ବୌଧୁକ କାର୍ଯ୍ୟ, ବ୍ୟାଙ୍କ, ଓକିଲ, ବୈଷୟିକ ବିଦ୍ୟା, ଜ୍ୟୋତିଷ ଶାସ୍ତ୍ର, ବିଜ୍ଞାନ, ଯାନ ବାହନ ଆଦି ଚଲେଇବା ବା ଶିଖୁ, ନୂଆ ବସ୍ତ୍ର ପିନ୍ଧିବା, ନୂଆ ଅଳଙ୍କାର ପିନ୍ଧିବା, ତେଲ ଲଗାଇବା, ନୂଆ ଜୋତା ବା ଚପଲ ପିନ୍ଧିବା ଓ ମୋକଦ୍ଦମା ସମ୍ବନ୍ଧିତ ଆଦି କରିବା ଉଚିତ୍ ।
କର୍ମବ୍ୟବସାୟ ସମ୍ବନ୍ଧିତ :
କୃଷି, ବାଣିଜ୍ୟ ସାମଗ୍ରୀ କ୍ରୟ ବା ବିକ୍ରୟ, ଶେୟର କ୍ରୟ, ବହି, ଲେଖନ, ଶିକ୍ଷା ଦାନ, ଓକିଲାତି, ହସ୍ତ ଶିଳ୍ପ, ସମ୍ପାଦନ କାର୍ଯ୍ୟ ଓ ଯାନ ବାହନ କ୍ରୟ ବା ବିକ୍ରୟ କାର୍ଯ୍ୟ କରିଲେ ଶୁଭ ହୋଇଥାଏ ।
ବୁଧବାର ଦିନ ଯିବା ସମୟରେ ଧନିଆ ପତ୍ର ଖାଇକରି ଯାଆନ୍ତୁ ।
