ତିହିଡ଼ି ବଜାର ଷ୍ଟ୍ର୍ରିଟ୍ ଲାଇଟ୍କୁ ସଚଳ କରିବାକୁ ଯୁବଶକ୍ତି ସଂଗଠନ ପକ୍ଷରୁ ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବଜାରରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିଛି । ଏହି ଷ୍ଟ୍ରିଟ୍ ଲାଇଟ୍କୁ ସଚଳ କରିବା ପାଇଁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯୁବଶକ୍ତି ପକ୍ଷରୁ ବ୍ଲକ ଅଧ୍ୟକ୍ଷା ଓ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି । ଏସମ୍ପର୍କରେ ସଂଗଠନର କର୍ମକର୍ତ୍ତା ସତ୍ୟସୁନ୍ଦର ପତି, ସୟଦ ଇବ୍ରାହିମ, ଇନ୍ଦ୍ରମଣି ସେଠୀ, ଦିଲୀପ ଦାସ, ଦେବୀପ୍ରସାଦ ପତି, କୃପାସିନ୍ଧୁ ଦାଶ ପ୍ରମୁଖ ସୋମବାର ଅଧ୍ୟକ୍ଷା ଅବନ୍ତୀଦାସଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ତିହିଡ଼ି ବଜାରର ରାସ୍ତା ପାଶ୍ୱର୍ରେ ସରକାରଙ୍କ ପକ୍ଷରୁ ଲାଗିଥିବା ଷ୍ଟ୍ରିଟ୍ ଲାଇଟ ଗୁଡ଼ିକ ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିଛି । ଯାହାଫଳରେ ବଜାର ଅନ୍ଧାର ହୋଇଯାଉଛି । ଏହାର ସୁଯୋଗ ନେଇ ଚୋରି, ରାହାଜାନି ସହିତ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ତିହିଡ଼ି ସଦରମହକୁମାରେ ବ୍ଲକ, ଡାକ୍ତରଖାନା, ତହସିଲ, ବ୍ୟାଙ୍କ, ଥାନା ଥିବାରୁ ଲୋକମାନେ ବିଭିନ୍ନ କାର୍ଯ୍ୟପାଇ ଆସି ରାତି ପର୍ଯ୍ୟନ୍ତ ରହି ଯାଇଥାନ୍ତି । ରାତିରେ ଷ୍ଟ୍ରିଟ୍ ଲାଇଟ ଜଳୁନଥିବାରୁ ସେମାନେ ଅସୁବିଧାରେ ସମ୍ମୁଖୀନ ହେବା ସହିତ ଭୟଭୀତ ହୋଇ ପଡ଼ିଥାନ୍ତି । ସନ୍ଧ୍ୟା ସମୟରେ ପିଲାମାନେ ଟ୍ୟୁସନରୁ ଫେରୁଥିବା ସମୟରେ ଷ୍ଟ୍ରିଟ୍ ଲାଇଟ ନଥିବାରୁ ଦୁର୍ଘଟଣାରେ ସିମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ଧନଜୀବନ ହାନି ଘଟୁଛି । ତେବେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ ଗୁଡ଼ିକ ସଚଳ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
