ସମାଜସେବୀ ବାବୁଲାଲ ଅଗ୍ରୱ।ଲାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ
ବେତନଟୀ : ବିଶିଷ୍ଟ ସାମ୍ବାଦିକ ତଥା ସମାଜସେବୀ ତଥା ମୟୂରଭଞ୍ଜର ପ୍ରଥମ ସାମ୍ବାଦିକ ସ୍ବର୍ଗତ ବାବୁଲାଲ ଅଗ୍ରୱ।ଲାଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ବରିଷ୍ଠ ସାମ୍ବାଦିକ ତଥା ସ୍କୃତି କମିଟିର ସଭାପତି ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ଵାମୀଙ୍କ ବ୍ୟକ୍ତିଗତ ଉଦ୍ୟମରେ ଦୀର୍ଘବର୍ଷ ଧରି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେ।ଇ ଆସୁଥିବା ସହ ସାମ୍ବାଦିକତାର ବିଭିନ୍ନ ଦିନ ସଂପର୍କରେ ଆଲୋଚନା କରି ପୂଜ୍ୟପୂଜାର ମହାନ ପରମ୍ପରା ରକ୍ଷାକରିଥିବାର ସାମାନ୍ୟତମ ଚେଷ୍ଟାକରିଥିବାର ପ୍ରକାଶ କରିଥିଲେ। ସ୍ଥାନୀୟ ରେଳ ଷ୍ଟେସନଠାରେ ବାବୁଲାଲ ଅଗ୍ରୱ।ଲା ସ୍ମୃତି କମିଟି, ବେତନଟୀ ତରଫରୁ ଏଥିନିମନ୍ତେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠତମ ବ୍ୟକ୍ତିତ୍ଵ ଚୁଡ଼ାମଣି ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ସଦସ୍ୟଗଣ ସର୍ବପ୍ରଥମେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ଧୂପ ଦୀପଦାନ ପରେ ସ୍ତୃତି କମିଟିର ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ଦେବାପରେ ବକ୍ତାଗଣ ତାଙ୍କର ସମାଜସେବା ଓ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ- ଯତୀନ୍ଦ୍ର ନାଥ ସାହୁ, ବିଜୟ କୁମାର ଦ୍ଵିବେଦୀ, ବାସୁଦେବ ନାପିତ ,ଶ୍ରୀ କୃଷ୍ଣ ମହାନ୍ତ ,ସହଦେବ ଗିରି ପ୍ରମୁଖ। ମୁଖ୍ୟବକ୍ତା ଡଃ ରମାକାନ୍ତ ମହାନ୍ତ ଓ ମୁଖ୍ୟଅତିଥି ଡଃ ରମାକାନ୍ତ ସିଂହ ସ୍ଵର୍ଗତ ଅଗ୍ରୱ।ଲଙ୍କ ସତ୍ୟ ତଥା ନିର୍ଭିକ ସାମ୍ବାଦିକତ।ର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉଲ୍ଲେଖନୀୟ ସାହିତ୍ୟ ସୃଷ୍ଟି, ସ।ମ୍ବାଦିକତା ପ୍ରତି ୠଚି ରଖିଥିବା ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରମାକାନ୍ତ ସିଂହଙ୍କୁ ମାନପତ୍ର, ଉପଢେ। କନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ମୃତି କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇ କଲା। ସଭାପରି ଚାଳନାରେ ସହଯୋଗ କରିଥିଲେ,କମଳଲୋଚନ କର( ନାଟୁ) ଏବଂ ଶେଷରେ ଧନ୍ୟବାଦ ଜ୍ଞାପନ କରି କଲେ, ଯତୀନ୍ଦ୍ରନାଥ ସାହୁ।
