ଅଷ୍ଟମ ବାର୍ଷିକ ତୁଳସୀଚୌରା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାରିପଦା : ସ୍ଥାନୀୟ ତୁଳସୀଚୌରା ଦୁର୍ଗାପୂଜା ପଡିଆରେ ୮ମ ବାର୍ଷିକ ତୁଳସୀଚୌରା ପ୍ରିମିୟର ଲିଗ ଲୋଚନା ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ଓ ୧୪ ନମ୍ବର ୱାର୍ଡର କାଉନସିଲର ବିବେକାନନ୍ଦ ନାୟକ, ମୟୁରଭଂଜ ଏଥଲେଟିକ ଏସୋସିଏସନର ସହ ସମ୍ପାଦକ ବୈଦ୍ୟନାଥ ରଥ ଏବଂ ଶ୍ରୀ ଦୁର୍ଗା ସ୍ପୋର୍ଟିଂ କ୍ଲବର ସଦସ୍ୟଙ୍କ ଉପସ୍ଥିତରେ ସ୍ୱର୍ଗତ ଲୋଚନ ଦାସଙ୍କ ସୁପୁତ୍ର ପୂର୍ଣ୍ଣଚନ୍ଦ୍ର ଦାସ ଏହି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ ଓ ମୋଟ ୮ ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଚମ୍ପିୟାନ ଦଳ ପାଇଁ ୭୦ ହଜାର ଓ ରନର୍ସ ଦଳ ପାଇଁ ୫୦ ହଜାର ପୁରସ୍କାର ରାଶି ରହିଛି ଓ ପ୍ରଥମ ମ୍ୟାଚରେ ଆଲୋକ ସ୍ପୋର୍ଟିଂ ବ୍ଲାକ ପେନ୍ଥରକୁ ୫ ଉଇକେଟରେ ପରାସ୍ତ କରିଛି ଓ ବ୍ଲାକ ପେନ୍ଥର ୧୨ ଓଭରରେ ୬ ଉଇକେଟ ହରାଇ ୧୧୪ ରନ କରିଥିବା ବେଳେ ଆଲୋକ ସ୍ପୋର୍ଟିଂ ୯.୧ ଓଭରରେ ୫ ଉଇକେଟ ହରାଇ ୧୧୯ ରନ କରିଥିଲେ ଓ ଆଲୋକ ସ୍ପୋର୍ଟିଂର ଉପେନ୍ଦ୍ର ନାୟକ ସର୍ବାଧିକ ୪୪ ରନ କରିଥିଲେ ଓ ଦ୍ୱିତୀୟ ମ୍ୟାଚରେ ଥ୍ରୀଲର ଭି ରୋରକୁ ୩୨ ରନରେ ପରାସ୍ତ କରିଛି ଓ ଥ୍ରୀଲର ୧୨ ଓଭରରେ ୫ ଉଇକେଟ ହରାଇ ୧୩୫ ରନ କରିଥିବାବେଳେ ଭି ରୋର ୧୧.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୩ କରିଥିଲେ ଓ ଥ୍ରୀଲର ଦଳର ଆଲୋକ ଦାସ ସର୍ବାଧିକ ୪୩ ରନ କରିଥିବାବେଳେ ଭି ରୋର ଦଳର ମାନସ ସିଂହ ୨୫ ରନ ଓ ସୌମ୍ୟ ରଂଜନ ମିଶ୍ର ୨୪ ରନ କରିଥିଲେ ଓ ଦେବାଶିଷ ଗୁପ୍ତା ଓ ଉତମ ମହାକୁଡ଼ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ଓ ପଙ୍କଜ ମହାକୁଡ଼ ଧାରା ବିବରଣୀ ଦେଇଥିଲେ ଓ ମୁଖ୍ୟ ସଂଯୋଜକ ଭାବେ ଗଦାଧର ନାୟକ ଓ ଗୌତମ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ
