ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣିଶିବିର
ବାହାନଗା : ସୋମବାର ଦିନ ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କର ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଦତତ୍ରୟ ଭଉସେବ ସିନ୍ଧେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ଜିଲ୍ଲାପାଳଙ୍କ ସମେତ ବାଲେଶ୍ୱର ଏ.ଡି.ଏମ୍. ଶ୍ରୀ ନିଲୁ ମହାପାତ୍ର, ପି.ଡି, ଡିଆରଡିଏ ଶ୍ରୀ ରବିନ୍ଦ୍ର କୁମାର ସାହୁ, ବାଲେଶ୍ୱର ସି.ଡି.ଏମ.ଓ. ଦୁଲାଲସେନ ଜଗତଦେଓ, ଅତିରିକ୍ତ ଜିଲ୍ଲାପାଳ ଆଶୋତସ ମଲ୍ଲିକ, ବାହାନଗା ବିଡିଓ ଶ୍ରୀ ଗୌରାଙ୍ଗ ଚରଣ ଘୋଷ, ତହସିଲଦାର ରାଜେନ୍ଦ୍ର ନାରାୟଣ କର, ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ରଙ୍କ ସହ ଜିଲ୍ଲା ଏବଂ ବ୍ଲକର ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ମୋଟ ୫୫ଟି ଅଭିଯୋଗ ପୁଞ୍ଜିକୃତ ହୋଇଥିଲା । ଉକ୍ତ ଅଭିଯୋଗ ଗୁଡ଼ିକୁ ବାଲେଶ୍ୱର ଜିଲ୍ଳାପାଳ ଶ୍ରୀଯୁକ୍ତ ସିନ୍ଧେଙ୍କ ନିର୍ଦେଶକ୍ରମେ ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପଠାଇ ଦିଆଯାଇଥିଲା ।
