ପାଞ୍ଚଶହ ନୁହେଁ ଦୁଇହଜାର ଟଙ୍କା। ବ୍ୟାଙ୍କ ନୁହେଁ ଗାଁ ରୁ ନେବୁ ବାର୍ଦ୍ଧକ୍ୟ ଭତ୍ତା। ବାଲିଆପାଳ ବ୍ଲକ ସମ୍ମୁଖରେ ଭତ୍ତା ଧାରୀଙ୍କ ଧାରଣା
ବାଲିଆପାଳ : ପାଞ୍ଚଶହ ନୁହେଁ ଦୁଇହଜାର ଟଙ୍କା। ବ୍ୟାଙ୍କ ନୁହେଁ ଗାଁ ରୁ ନେବୁ ବାର୍ଦ୍ଧକ୍ୟ ଭତ୍ତା ବୋଲି ବୁଧବାର ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସମ୍ମୁଖରେ ବସିଥିବା ବାର୍ଦ୍ଧକ୍ୟ ଭାତ୍ତାଧରି ମାନେ କହିଛନ୍ତି।ଏହାସହିତ ସାତଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖାର ସଭାପତି ଅନୁଜ କୁମାର ମହାପାତ୍ର ଏବଂ ବାଲିଆପାଳ ଅହ୍ନଦାତା ମହାସଂଘର ସଭାପତି କୁଶଧୂଜ ଜେନାଙ୍କ ନେତୃତ୍ଵରେ ବୁଧବାର ପୂର୍ବାହ୍ନରେ ୭ ଦଫା ଦାବି ସହିତ ପାଞ୍ଚଶହ ଟଙ୍କା ନୁହେଁ ଦୁଇହଜାର ଟଙ୍କାକୁ ଭତ୍ତା ବୃଦ୍ଧି ଏବଂ ବ୍ୟାଙ୍କରୁ ନୁହେଁ ଗାଁରୁ ଭତ୍ତା ଟଙ୍କା ନେବା ଦାବିରେ ଶତାଧିକ ଭତ୍ତା ଧାରି ମହିଳା ପୁରୁଷ ବାଲିଆପାଳ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଦିନକୁ ଦିନ ବଜାରର ଦର ବୃଦ୍ଧି ପାଉଥିବାରୁ ସରକାରୀ ଚାକିରୀୟାଙ୍କ ଦରମା ବୃଦ୍ଧି ହେବା ସହିତ ଜନସାଧାରଣଙ୍କୁ ସେବା କରିବା ପାଇଁ ନିର୍ବାଚିତ ମନ୍ତ୍ରୀ ବିଧାୟକଙ୍କର ଦରମା ବଢୁଥିବା ବେଳେ ସାଧାରଣ ଭତ୍ତା ଧାରିଙ୍କର ଭତ୍ତା ବୃଦ୍ଧି ପ୍ରତି କାହାର ନଜର ପଡୁ ନାହିଁ ବୋଲି ଧାରଣାରତ ବୃଦ୍ଧା ଓ ବୃଦ୍ଧ ମାନେ କହିଛନ୍ତି। ଏହାଛଡା ଆହୁରି ମଧ୍ଯ ସେମାନେ କହିଛନ୍ତି ଯେ ସରକାର ଆମର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକରୁ ବ୍ୟାପକ ତର କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଏହି ଧାରଣାରେ ଅନୁଜ ମହାପାତ୍ରଙ୍କ ସହିତ ବାଲିଆପାଳ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ କୁମାର ଜେନା,ମଧୁସୂଦନ ଦାସ,ଶରତ ପାତ୍ର,ଗୋପାଳ ଗଙ୍ଗାଇ,ବରେନ୍ଦ୍ର ଜେନା,ପରମାନନ୍ଦ ପରିଡା,ମନ୍ମଥ ଦଳାଇ,ପଦ୍ମାବତୀ ପାତ୍ର,ବାସନ୍ତୀ ଜେନା,ସନ୍ୟାସି ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
