ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘର ଦାବୀପତ୍ର ପ୍ରଦାନ
ବାଲେଶ୍ୱର : ନୀଳଗିରି ବ୍ଲକ ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ନୀଳଗିରି ବି.ଇ.ଓ.ଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ନୀଳଗିରି ଶାଖାର ନିୟମିତ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘର ଦାବୀ ମଧ୍ୟରେ ଗତ ୧.୩.୧୭ରେ ରାଜ୍ୟସରକାର ଲେବୁଲ ଭି ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରିଥିବା ବେଳେ ପ୍ରାୟ ତନ୍ମଧ୍ୟରୁ ତିନି ହଜାର ଗଣଶିକ୍ଷକ ଯୋଗ୍ୟତା ଥିବା ସତ୍ୱେ ନିୟମିତ ଶିକ୍ଷକରୁ ବଞ୍ଚିତ ହୋଇଥିବା ବେଳେ ସେମାନଙ୍କୁ ନିୟମିତ କରାଯାଉ ଓ.ଟି.ଓ.ଟି. ଉଚ୍ଛେଦ କରି ସମସ୍ତ ଯୋଗ୍ୟ ଶିକ୍ଷକଙ୍କୁ ୧.୩.୧୭ରୁ ନିୟମିତ କରାଯିବା ସହ ଅବଶିଷ୍ଟ ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଉ । ଏକ୍ସ କ୍ୟାଡର ଉଚ୍ଛେଦ, ଏକ୍ସ କ୍ୟାଡର ଶିକ୍ଷକଙ୍କ ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗ୍ରାଚୁଇଟି , ଡେଥ୍ ବେନିଫିଟ୍ ପ୍ରଦାନ, ସମସ୍ତ ଯୋଗ୍ୟତା ଥାଇ ନିୟମିତରୁ ବଞ୍ଚିଥିବା ୩୦୦୦ ଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା, ଏକ୍ସ-କ୍ୟାଡର ଶିକ୍ଷକଙ୍କୁ ଫେଷ୍ଟିଭାଲ ଆଡ଼ଭାନ୍ସ, ମେଡିକାଲ କ୍ଲେମ (ଆର.ସି.ଏମ), ଏମସିଏ, ଏମଏସିପି ପ୍ରଦାନ, ସିଆରସି ଚୟନରେ ଏକ କ୍ୟାଡର ଶିକ୍ଷକଙ୍କୁ ଭିଜନ ଟେଷ୍ଟ ପାଇଁ ସୁଯୋଗ ପ୍ରଦାନ, ୬ମାସର ଏରିୟର ଦରମା ପ୍ରଦାନ ପୂର୍ବକ ବିହିତ ପଦକ୍ଷେପ ନେବାକୁ ଦାବୀପତ୍ରରେ ପ୍ରଦାନ କରିଛନ୍ତି ।
