୫୭ ରାଜ୍ୟ ରାଜପଥ : ପିକ୍ଅପ୍ ଦୁର୍ଘଟଣାରେ ଚାଳକ ମୃତ, ୨ ଗୁରୁତର
ଜଳେଶ୍ୱର : ଗତ ଶୁକ୍ରବାର ରାତି ୧୧ଟାରେ ମାଛବୋଝେଇ ପିକ୍ଅପ୍ ଓଆର୍୦୧କ୍ୟୁ-୫୧୩୬ ଦୁବଲାଗଡିରୁ ଦୀଘା ଗଲାବେଳେ ୫୭ ରାଜ୍ୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ବାଣିଦାଠାରେ ଭାରସାମ୍ୟ ହରାଇ ସଡକ ତଳକୁ ଓଲଟି ପଡିଥିଲା । ଫଳରେ ଦୁବଲାଗଡିର କମଳ ଦାସ (୩୫) ଓବାଲିଆପାଳର ହରିଶ ହାଜିରା (୨୦) ଗୁରୁତର ଆହତ ହୋଇ ପ୍ରଥମେ ଜିକେଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । କିନ୍ତୁ ଡ୍ରାଇଭର ଦୁବଲାଗଡିର ସୁନିଲ କୁମାର ଜେନା (୩୨) ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ପରିସ୍ଥିତି ଏପରି ଜଟିଳ ଥିଲା ଯେ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ କେତେକ ବଡ ବଡ ଗଛକାଟି ଡ୍ରାଇଭରକୁ ବାହାର କରିଥିଲେ । ଆଜି ସକାଳେ ଶବ ବ୍ୟବଚ୍ଛେଦ ହୋଇ ସୁନିଲ ଜେନାର ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଏହି ଘଟଣାର ମାତ୍ର ୧୦୦ ଫୁଟ ଦୂରରେ ଅନ୍ୟଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଆହତ ହୋଇଥିବା ୪ଜଣ ସହିତ କାର ଉଦ୍ଧାର କରାଯାଇଛି ଓ ସେମାନେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି ।
