ପଦ୍ମପୁର ଉପର୍ନିବାଚନ ସମୟରେ ଚଢଉ ଜୋରଦାର ପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ସମୟରେ ଯେଭଳି କୌଣସି ବେଆଇନ ନିଶାକାରବାର କିମ୍ବା ତଦଜନିତ ଘଟଣା ନଘଟେ ତାହା ଉପରେ କଡା ନଜର ରଖିବାକୁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶ୍ରୀ ସିଂହ ପଦ୍ମପୁର ବିଧାନସଭା ଉପ ର୍ନିବାଚନ ପରିପ୍ରେକ୍ଷୀରେ ଭର୍ଚୁଆଲ ବୈଠକ ମାଧ୍ୟମରେ ଅବକାରୀ ଚଢଉ ସ୍ଥିତିର ସମୀକ୍ଷା କରିଥିଲେ । ଏହି ବୈଠକରେ ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଅବକାରୀ ଉପ କମିଶନର ରାମଚନ୍ଦ୍ର ମିଶ୍ର, ଅବକାରୀ ଉପ ଆୟୁକ୍ତ ରଜତ କୁମାର ପ୍ରହରାଜଅଶୋକ କୁମାର ଶତପଥୀ, ରାଜେନ୍ଦ୍ର କୁମାର ଭତ୍ରା ଏବଂ ବଲଙ୍ଗିର, ସୋନପୁର, ନୂଆପଡା, ଝାରସୁଗୁଡା, ସମ୍ବଲପୁର, ଫ୍ଲାଇଂ ସ୍କ୍ୱାର୍ଡ, ଇଆଇ ଏବଂ ଇବି ୟୁନିଟ-୨, ସମ୍ବଲପୁରର ଅଧିକ୍ଷକ ଯୋଗ ଦେଇଥିଲେ । ଅବକାରୀ କମିଶନର ଶ୍ରୀ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ବରଗଡ ଅବକାରୀ ଅଧିକ୍ଷକ ଅଧିକ ନିୟନ୍ତ୍ରଣ କକ୍ଷ ଖୋଲିବା ସହିତ ତିନୋଟି ଟିମ୍ କରି ଦିନ ଓ ରାତି ପଇଁନ୍ତରା ଓ ଚଢଉ କରୁଅଛନ୍ତି । ସେ ବଲାଙ୍ଗିର, ସୋନପୁର, ନୂଆପଡା, ଝାରସୁଗୁଡା, ସମ୍ବଲପୁର ଅବକାରୀ ଅଧିକ୍ଷକ ବରଗଡ ଜିଲ୍ଲାର ଆଖପାଖ ଅଞ୍ଚଳରେ ପ୍ରତିଦିନ ଚଢଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ଇଆଇ ଓ ଇବି ୟୁନିଟ୍-୨, ସମ୍ବଲପୁରର ଅଧିକ୍ଷକ ବରଗଡରେ କ୍ୟାମ୍ପ କରି ଏନଫୋର୍ସମେଣ୍ଟକୁଣ୍ଟତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ର୍ନିବାଚନ ପାଇଁ ସମସ୍ତଙ୍କୁ ସଜାଗ ଓ ସତର୍କ ରହିବାକୁ କମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହିତ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରିଦେଇଛନ୍ତି । ପଡ଼ୋଶୀ ଜିଲ୍ଲା ବଲାଙ୍ଗିର, ସୋନପୁର, ନୂଆପଡା, ଝାରସୁଗୁଡା, ସମ୍ବଲପୁରର ଅଧିକ୍ଷକ ମାନଙ୍କୁ ନିଶା ଦ୍ରବ୍ୟର ବେଆଇନ ଚାଲାଣ ଉପରେ ନଜର ରଖିବାକୁ ଏବଂ ପ୍ରତିଦିନ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । ବରଗଡର ଅଧିକ୍ଷକଙ୍କୁ ମଧ୍ୟ ର୍ନିଦ୍ଧାରିତ ଫର୍ମାଟରେ ରିପୋର୍ଟ ଦାଖଲ କରିବା ଏବଂ ଏନଫୋର୍ସମେଂଟ କାର୍ଯ୍ୟକୁ ପ୍ରତିଦିନ ବ୍ୟକ୍ତିଗତ ଭାବେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ପ୍ରତିଦିନ ସ୍ଥିତି ଉପରେ ନଜର ରଖିବାକୁ ଅବକାରୀ ଉତରାଂଚଳଙ୍କୁ ଉପ ଆୟୁକ୍ତଙ୍କୁ କମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।
