ଜୋର ଧରିଲା ସ୍ୱତନ୍ତ୍ର ମୟୁରଭଞ୍ଜ ରାଜ୍ୟ ଗଠନ ଦାବୀ ସମଗ୍ର ମୟୁରଭଞ୍ଜ ରେ ପଦଯାତ୍ରା କରିବ ଭଞ୍ଜସେନା ମୟୁରଭଞ୍ଜ କୁ ସ୍ୱତନ୍ତ୍ର ରାଜ୍ୟସହ ୪ ଉପଖଣ୍ଡକୁ ୪ ଜିଲ୍ଲା କରିବା ଦାବୀ
ବାରିପଦା : ମୟୁରଭଞ୍ଜ ଗଡଜାତ ରାଜ୍ୟ ସ୍ୱାଧୀନତା ପରେ ୧୯୪୮ ମସିହା ନଭେମ୍ବର ମାସ ୨ ତାରିଖରେ ମିଶ୍ରଣ ଚୁକ୍ତି ଅନୁଯାୟୀ ଭାରତବର୍ଷ ଅଧୀନକୁ ଆସିଥିଲା ଏବଂ ଏହାପରେ ୧୯୪୯ ମସିହା ଜାନୁୟାରୀ ୧ ତାରିଖରେ ଭାରତ ସରକାର ଓଡିଶା ରାଜ୍ୟକୁମୟୁରଭଞ୍ଜ ର ଶାସନଭାର ହସ୍ତାନ୍ତର କଲେ । ମୟୁରଭଂଜ ମିଶ୍ରଣ ଚୁକ୍ତି କୁ ୭୪ ବର୍ଷ ପୂର୍ତି ହେବାକୁ ଯାଉଥିବା ବେଳେ, ଦେଶର ବିଭିନ୍ନ ଅଂଚଳର ବିକାଶ ପ୍ରକ୍ରିୟା ଆଗେଇଥିବା ବେଳେ ମୟୁରଭଞ୍ଜର ବିକାଶ ପ୍ରକ୍ରିୟା ବାଟବଣା ହୋଇଯାଇଛି ଏବଂ ମିଶ୍ରଣ ପରଠାରୁ କ୍ରମାଗତ ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳାର ଶିକାର ହୋଇ ଦିନେ ସମୃଦ୍ଧ ଗଡଜାତ ରାଜ୍ୟ ଥିବା ମୟୁରଭଞ୍ଜ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, କୃଷି, ପର୍ଯ୍ୟଟନ ସ୍ଥଳୀର ବିକାଶ, ଜଳ ସେଚନ, ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଆଦି ସବୁ କ୍ଷେତ୍ରରେ ପଛୁଆ ରହିଥିବା ଭଂଜସେନା ସଂଗଠନ ପକ୍ଷରୁ ଅଭିଯୋଗ ଆଣିବା ସହିତ ବର୍ତମାନ ମୟୁରଭଞ୍ଜର କିଛି କିଛି ଅଂଚଳରେ ନୂତନ ଜିଲ୍ଲା ଗଠନ କରିବା ପାଇଁ ଦାବୀ ହେଉଥିବା ବେଳେ ଆଉ କିଛି ସଂଗଠନ ମୟୁରଭଂଜକୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ପାଇଁ ଦାବୀ କରୁଥିବା ପରିପ୍ରେକ୍ଷୀରେ ଆଜି ଭଞ୍ଜସେନା ସଂଗଠନ ପକ୍ଷରୁ ପ୍ରତିଷ୍ଠାତା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆବାହକତ୍ୱରେ ଏକ ଜରୁରୀ କାଳୀନ ବୈଠକ ବାରିପଦା ଦିବ୍ୟା ପେଲେସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ମୟୁରଭଞ୍ଜକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ, ମୟୁରଭଞ୍ଜର ଚାରିଗୋଟି ଉପଖଣ୍ଡ କୁ ୪ ଟି ନୂତନ ଜିଲ୍ଲା ଗଠନ କରାଯିବା, ଉଦଳା ଓ କରଞ୍ଜିଆ ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ, ଯଶିପୁର ଓ ବେତନଟୀ କୁ ନୂତନ ଭାବେ ଏନଏସି ମାନ୍ୟତା ପ୍ରଦାନ ଆଦି ଦାବୀରେ ମହାମହିମ ରାଷ୍ଟ୍ରପତି ଙ୍କୁ ଏବଂ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଉଭୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବା, ମୟୁରଭଞ୍ଜ ପ୍ରତି ହୋଇଆସୁଥିବା ଅବହେଳା ଗୁଡିକୁ ସାଧାରଣ ଜନତାଙ୍କୁ ଅବଗତ କରେଇ ସମୃଦ୍ଧଶାଳୀ ମୟୁରଭଞ୍ଜ ରାଜ୍ୟ ଫେରାଇ ଆଣିବା ପାଇଁ ସାରା ଜିଲ୍ଲାରେ ପଦଯାତ୍ରା କରାଯିବା ସହ ଭଞ୍ଜସେନାର ପ୍ରତିଷ୍ଠା ଦିବସ ଦିନ ବାରିପଦା ଛଉ ପଡ଼ିଆ ଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜଣାଇଅଛନ୍ତି । ଏହି ବୈଠକରେ ଉପାଧକ୍ଷ ନିମାଇଁ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, ଲାଲବାହାଦୁର ମହାନ୍ତି, ଜିଲ୍ଲା ସଭାପତି ପିଣ୍ଟୁ ମାଇତି,, ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଜିଲ୍ଲା ଉପସଭାପତି ସନ୍ତୋଷ ଗିରି, ରାକେଶ ମହାନ୍ତି, ବିଜୁ ସିଂ, ପ୍ରଶାନ୍ତ ମହାକୁଢ଼, ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖଙ୍କ ସହିତ ଜିଲ୍ଲା, ତଥା ସମସ୍ତ ଉପଖଣ୍ଡ କମିଟିର ବହୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।
