ଓଡିଶା ମୋ ପରିବାର ସହଯୋଗରେ ଆମ୍ବୁଲାନ୍ସରେ ଶବ ନେଲେ ପରିବାର ଲୋକେ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଭୂୟାଁବସା ଗ୍ରାମର ଚେମଟୁ ଦେହୁରୀଙ୍କ ସ୍ତ୍ରୀ ସୁନା ମଣି ଦେହୁରୀ (୪୫) କୈାଣସି କାରଣରୁ ନିଆଁରେ ପଡି ହୋଇ ବାରିପଦା ପିଆରଏମ ମେଡିକାଲ କଲେଜରେ ଚିକିତ୍ସିତ ହେବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ସ୍ତ୍ରୀଙ୍କ ମୃତ୍ୟୁପରେ ଚେମଟୁ ଦେହୁରୀ ଙ୍କ ପାଖରେ ସ୍ତ୍ରୀଙ୍କ ଶବକୁ ଘରକୁ ନେବା ନିମନ୍ତେ ସମ୍ବଳ ନଥିବାରୁ ଏବଂ ସରକାରୀ ସହାୟତା ବାବଦରେ ସେ ଜାଣି ନଥିବାରୁ ଦୀର୍ଘ ସମୟ ଧରି ପାରି ଚୁପ ଚାପ ବସିରହିଥିଲେ । ଘଟଣା ଟି ଓଡ଼ିଶା ମୋ ପରିବାର ପିଆରଏମ ମେଡିକାଲ କଲେଜ ଓ ହସପିଟାଲ ସଂଯୋଜକ ଆଶିଷ ରଣା ଜାଣି ପାରି ହସପିଟାଲ ଫାଣ୍ଡି ଏବଂ ଡ଼ାକ୍ତରଙ୍କ ସହିତ ଯୋଗାଯୋଗ କରି ଶବ ବ୍ୟବଚ୍ଛେଦ କାର୍ଯ୍ୟ ଶେଷ କରି, ଗୋଟିଏ ସରକାରୀ ଆମ୍ବୁଲାନ୍ସରେ ଶବକୁ ଘରକୁ ପଠେଇଥିଲେ । ଓଡ଼ିଶା ମୋ ପରିବାର ତରଫରୁ କିଛି ଶୁଖିଲା ଖାଦ୍ୟ, ପାଣି ଏବଂ କିଛି ଅର୍ଥ ଯୋଗାଇ ଦେଇଥିଲେ । ଏହି ମହତ କାର୍ଯ୍ୟକୁ ତାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ତରଫରୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ଓଡ଼ିଶା ମୋ ପରିବାର କୁ କୃତଜ୍ଞତା ଜଣାଇଛନ୍ତି ।
